Advertisment

Cyclone Montha: ଭୀଷଣ ରୂପ ଧାରଣ କଲା ମୋନ୍ଥା… ମଧ୍ୟରାତ୍ରୀରେ ପ୍ରଭାବ ବେଶୀ ରହିବ

ଆଜି ସାଇକ୍ଲୋନ୍ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହୋଇଛି। ଭୀଷଣ ରୂପ ସହ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି। ମଛଲିପଟନମ ଠାରୁ ୨୩୦, କାକିନାଡ଼ାଠାରୁ ୩୧୦ କିମି ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି।

CYCLONE

CYCLONE Photograph: (OTV)

Advertisment

ଭୀଷଣ ରୂପ ଧାରଣ କଲା ମୋନ୍ଥା। ବଙ୍ଗୋପସାଗରରେ ହେଲା ଭୀଷଣ ବାତ୍ୟା। ଆଜି ସାଇକ୍ଲୋନ୍ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହୋଇଛି। ଭୀଷଣ ରୂପ ସହ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ମୋନ୍ଥା। ବଙ୍ଗୋପସାଗରରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଆଗକୁ ଗତି କରୁଛି ସାଇକ୍ଲୋନ। ମଛଲିପଟନମ ଠାରୁ ୨୩୦, କାକିନାଡ଼ାଠାରୁ ୩୧୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ କେନ୍ଦ୍ରୀଭୂତ ରହିଛି। 
ଆନ୍ଧ୍ର ଉପକୂଳ ମୁହାଁ ହେବା ସହ କାକିନାଡାରେ ପ୍ରଭାବ ଦେଖାଇଲାଣି ସାଇକ୍ଲୋନ ମୋନ୍ଥା। ଅଶାନ୍ତ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଜୁଆର। ଘୁ ଘୁ ଗର୍ଜନ ଛାଡି ସାଇଁସାଇଁ ବହୁଛି ପବନ। ଧୁ ଧୁ ବର୍ଷା ହେଉଛି। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆନ୍ଧ୍ରର ମଛଲିପଟନମ୍ ରୁ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ ସିଭିୟର ସାଇକ୍ଲୋନ୍। ସେତେବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ।
ଆଇଏମଡି ଜିଜି କହିଛନ୍ତି, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଥିବ ବାତ୍ୟା। ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିବ। ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି।

Advertisment

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ