Cyclone Montha Photograph: (OTV)
ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା। ଗତକାଲି ରାତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଏବେ ଗୋପାଳପୁରଠାରୁ ୮୫୦ ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ାଠାରୁ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି।
କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ ବାତ୍ୟା। ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ।
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। ଏବେଟୁ କାକିନଡ଼ାରେ ପଡ଼ିଲାଣି ବାତ୍ୟା ପ୍ରଭାବ । ସମୁଦ୍ର ଅଶାନ୍ତ ହେବା ସହିତ ବର୍ଷା ବି ଆରମ୍ଭ ହୋଇଗଲାଣି । ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
• ମାଡ଼ିଆସୁଛି `ମୋନ୍ଥା'
• ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା
• ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା
• ଗୋପାଳପୁରଠାରୁ ୮୫୦ କିଲୋମିଟର ଦୂରରେ ବାତ୍ୟା
• କାକିନାଡ଼ାଠାରୁ ୬୮୦ କିମି ଦୂରରେ ମୋନ୍ଥା
• କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ
• କାଲି ସନ୍ଧ୍ୟାରୁ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
• କାଲି ରାତି ଭିତରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍
• ଲ୍ୟାଣ୍ଡଫଲ୍ ବେଳେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ
• ସମୁଦ୍ର ଅଶାନ୍ତ ସହିତ ଆରମ୍ଭ ହେଲାଣି ବର୍ଷା
• ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ
• ରେଡ୍ ଜୋନରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା
• ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍ ଜୋନ୍
• ରେଡ୍ ଜୋନରେ ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି
• ୮ ଜିଲ୍ଲାକୁ ଗଲେଣି ୧୨୮ଟି ଉଦ୍ଧାରକାରୀ ଟିମ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/27/cyclone-montha-2025-10-27-09-35-54.jpg)