Advertisment

ଝିଅ ବାହାଘର କରିବା ବଦଳରେ ‘ଫୋନି’ ପାଇଁ ସହର ଛାଡ଼ୁଛନ୍ତି ପରିବାର

ଭୁବନେଶ୍ୱର: ‘ଫୋନି’ ପ୍ରଭାବରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ବାହାଘର ଭଳି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ଭାଗ୍ୟ ମଧ୍ୟ ଏବେ ଅନିଶ୍ଚିତତା ଭିତରେ। ଯେଉଁମାନେ ବାହାଘର ପାଇଁ ଭୁବନେଶ୍ୱର କିମ୍ବା ପୁରୀରେ ମଣ୍ଡପ ଠିକ୍ କରି ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ସେମାନଙ୍କ ଅବସ୍ଥା କଥା ଏବେ ନ କହିବା ଭଲ। ବାତ୍ୟା ମାଡ଼ରେ ଅଧିକାଂଶ କଲ୍ୟାଣ ମଣ୍ଡପର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଫଳରେ ବାହାଘର ଘୁଞ୍ଚାଇବାକୁ ଲୋକେ ବାଧ୍ୟ ହେଉଛନ୍ତି। ଆଉ ଦୁଇଦିନ ପରେ […]

author-image
Rosalin Rath
ଝିଅ ବାହାଘର କରିବା ବଦଳରେ ‘ଫୋନି’ ପାଇଁ ସହର ଛାଡ଼ୁଛନ୍ତି ପରିବାର

4

ଭୁବନେଶ୍ୱର: ‘ଫୋନି’ ପ୍ରଭାବରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ବାହାଘର ଭଳି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ଭାଗ୍ୟ ମଧ୍ୟ ଏବେ ଅନିଶ୍ଚିତତା ଭିତରେ। ଯେଉଁମାନେ ବାହାଘର ପାଇଁ ଭୁବନେଶ୍ୱର କିମ୍ବା ପୁରୀରେ ମଣ୍ଡପ ଠିକ୍ କରି ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ସେମାନଙ୍କ ଅବସ୍ଥା କଥା ଏବେ ନ କହିବା ଭଲ। ବାତ୍ୟା ମାଡ଼ରେ ଅଧିକାଂଶ କଲ୍ୟାଣ ମଣ୍ଡପର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଫଳରେ ବାହାଘର ଘୁଞ୍ଚାଇବାକୁ ଲୋକେ ବାଧ୍ୟ ହେଉଛନ୍ତି।

Advertisment

publive-image

ଆଉ ଦୁଇଦିନ ପରେ ଝିଅ ନବବଧୂ ସାଜି ଶାଶୁଘରକୁ ଯାଇଥାନ୍ତା। କନ୍ୟାଦାନ କରି ବାପା ମାଆ ପୂଣ୍ୟ ଅର୍ଜନ କରିଥାନ୍ତେ। ଏଥିପାଇଁ ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା। ଏପରିକି ନିମନ୍ତ୍ରଣ ପତ୍ର ବଣ୍ଟା ବି ସରିଥିଲା। କେତେ ଖୁସି, କେତେ ଯୋଜନା। ହେଲେ ବାତ୍ୟା ‘ଫୋନି’ ସବୁ ବିଗାଡ଼ି ଦେଲା।

publive-image

ଝିଅ ବିଦା କରିବା ବଦଳରେ ସହର ଛାଡ଼ିବାକୁ ବିମାନବନ୍ଦରରେ ପୂରା ପରିବାର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସୂର୍ଯ୍ୟକାନ୍ତ ସାହୁଙ୍କ ଏଭଳି କିଛି ଅକୁହା ବେଦନା ଦେଖିବାକୁ ମିଳିଛି। କଲ୍ୟାଣ ମଣ୍ଡପ ବାତ୍ୟାରେ ଛାର୍‌ଖାର୍‌ ହୋଇଯିବା ପରେ ୧୨ ତାରିଖରେ ବାହାଘର ଆୟୋଜନ ସମ୍ଭବ ନୁହେଁ ବୋଲି ମଣ୍ଡପ କର୍ତ୍ତୃପକ୍ଷ ରୋକ୍‌ଠୋକ୍‌ ଶୁଣାଇଦେଲେ।

Advertisment

publive-image

ଏପଟେ ବିନା ପାଣି, ବିଜୁଳିରେ ସଢ଼ିବା ଅପେକ୍ଷା ବାହାର ରାଜ୍ୟରେ ଥିବା ସଂପର୍କୀୟଙ୍କ ପାଖକୁ ଯିବାକୁ ସୂର୍ଯ୍ୟକାନ୍ତଙ୍କ ପରିବାର ଉଚିତ ମଣିଛନ୍ତି।

ଅନ୍ୟପଟେ କଲ୍ୟାଣ ମଣ୍ଡପଗୁଡ଼ିକର ହାଲ୍ ଏବେ ବେହାଲ୍। କେଉଁଠି ଧରାଶାୟୀ ଛପର ତ ଆଉ କେଉଁଠି ସାଜସଜ୍ଜା ସାମଗ୍ରୀ ଛିନ୍‌ଛତ୍ର ହୋଇପଡ଼ିଛି। ତେଣୁ ବାଧ୍ୟ ହୋଇ ପୂର୍ବରୁ ବୁକିଂ ସରିଥିବା ଅଧିକାଂଶ କାର୍ଯ୍ୟକ୍ରମ ଗୁଡ଼ିକୁ ସ୍ଥଗିତ ରଖାଯାଉଛି।

ଯେଉଁ କାର୍ଯ୍ୟକ୍ରମ ନହେଲେ ନଚଳେ, ଫଳରେ ତାକୁ ଦରଭଙ୍ଗା ମଣ୍ଡପରେ ଯେନତେନ ପ୍ରକାର ତୁଟାଇ ଦିଆଯାଉଛି ବୋଲି ମଣ୍ଡପ କର୍ତ୍ତୃପକ୍ଷ କହିଛନ୍ତି।

ମଣିଷ ଯେତେ ଯୋଜନା କଲେ ବି ନିୟତିର ନିଷ୍ପତ୍ତି ଆଗରେ ସମସ୍ତେ ନାଚାର। ତଥାପି ପୁଅଝିଅଙ୍କ ବାହାଘର ପାଇଁ ବର୍ଷବର୍ଷ ଧରି ସ୍ୱପ୍ନ ଦେଖିଥିବା ବାପାମାଆଙ୍କ ଧୈର୍ଯ୍ୟର ନିଶ୍ଚୟ ‘ଫୋନି’ ପରୀକ୍ଷା ନେଇଛି।

Advertisment
Advertisment