Advertisment

Police Conduct Hotel Raid: ହୋଟେଲରେ ‘ସନ୍ଦିଗ୍’ ଖୋଜା, ୩୦ରୁ ଅଧିକ ଅଟକ

କଟକ ଶିଖରପୁର ଅଞ୍ଚଳର ହୋଟେଲ୍‌ରେ ପୋଲିସର ଚଢ଼ାଉ। ହୋଟେଲ୍ ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍। ହୋଟେଲ୍ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ୍ ର ତଲାସୀ ଜାରି।

Cuttack

Cuttack Photograph: (OTV)

Advertisment

କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢ଼ାଉ। ଏକ ଠକେଇ ମାମଲାରେ 30ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ଚାଉଳିଆଗଞ୍ଜ ପୋଲିସ। ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ପୋଲିସ ରେଡ୍ କରିଥିଲା। ହୋଟେଲ୍ ଭିତରେ ଚାଉଳିଆଗଞ୍ଜ ପୋଲିସ ଟିମ ତଲାସୀ କରିଛି। 
ପଶ୍ଚିମବଙ୍ଗରେ ହୋଇଥିବା ଏକ ଠକେଇ ମାମଲାରେ ଅଭିଯୁକ୍ତମାନେ ଏଇ ହୋଟେଲରେ ଥିବା କୁହାଯାଉଛି। ସେମାନଙ୍କୁ ଧରିବାକୁ ଆଉ କିଛି ଲୋକ, ଆସିଥିବା ବେଳେ ପୋଲିସ ଖବର ପାଇଁ ସମସ୍ତଙ୍କୁ ଥାନାକୁ ନେଇଛି। ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି ଚାଉଳିଆଗଞ୍ଜ ପୋଲିସ।

Advertisment

ଅଧିକ ଦେଖନ୍ତୁ:

Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ