Advertisment

Sofia Firdous Targets Mayor Subhas Singh: କଟକରେ ମେୟର-ବିଧାୟିକା ତୁତୁ ମେଁମେଁ; ମେୟରଙ୍କୁ ଦାୟୀ କରି ବର୍ଷିଲେ ସୋଫିଆ

ପୁଣି କଟକରେ ମେୟର-ବିଧାୟିକା ତୁତୁ ମେଁମେଁ। ଜଣ୍ଡିସ୍ ପ୍ରସଙ୍ଗରେ ସୋଫିଆ ଫିର୍ଦ୍ଦୋସ ବନାମ ମେୟର ସୁବାସ ସିଂ। ମେୟରଙ୍କୁ ଦାୟୀ କରି ବର୍ଷିଲେ ସୋଫିଆ ଫିର୍ଦ୍ଦୋସ। ଅପାରଗ ମେୟର ଓ ଦୁର୍ନୀତିରେ ଲିପ୍ତ କହିଲେ ସୋଫିଆ। ସୋଫିଆଙ୍କୁ ପାଲଟା ଅଯୋଗ୍ୟ ବିଧାୟିକା କହି ବର୍ଷିଲେ ସୁବାସ।

author-image
Pramod Behera
Sofia Firdous Targets Mayor Subhas Singh

କଟକରେ ମେୟର-ବିଧାୟିକା ତୁତୁ ମେଁମେଁ Photograph: (OTV)

ପୁଣି କଟକରେ ମେୟର-ବିଧାୟିକା ତୁତୁ ମେଁମେଁ। ଜଣ୍ଡିସକୁ ନେଇ କଟକ ମେୟରଙ୍କୁ ସିଧା ନିଶାନା କରିଛନ୍ତି ବାରବାଟୀ ବିଧାୟକା ସୋଫିଆ ଫିର୍ଦ୍ଦୋସ। ଅପାରଗ ମେୟର କହିବା ସହ ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନସୀକୁ ବାରମ୍ବାର ଟେଣ୍ଡର ଦେଇ ଦୁର୍ନୀତିରେ ଲିପ୍ତ ରହୁଥିବା କହିଥିଲେ ସୋଫିଆ। ତାଙ୍କ ଅଭିଯୋଗ ଉପରେ ଜବାବ ଦେଇ ସୋଫିଆଙ୍କୁ ଅଯୋଗ୍ୟ ବିଧାୟିକା କହିଛନ୍ତି ସିଏମସି ମେୟର ସୁବାସ ସିଂ। ତାଙ୍କ ପରିବାରର ଦୁର୍ନୀତି ଗୋହି ବି ଖୋଳିଛନ୍ତି। ଯାହାକୁ ନେଇ କଟକ ରାଜନୀତି ଆହୁରି ତାତିଛି।

Advertisment

କିଏ ଅପାରଗ, କିଏ ଅଯୋଗ୍ୟ ? ଦୁର୍ନୀତିଗ୍ରସ୍ତ କିଏ, ଆଉ କିଏ ସଚ୍ଚୋଟ ? କଟକ ମେୟର-ବିଧାୟିକା ଗୋହି ଖୋଳାଖୋଳି। ଜଣ୍ଡିସ ପରେ ଅପାରଗ-ଅଯୋଗ୍ୟ ବାକଯୁଦ୍ଧକୁ ନେଇ କଟକରେ ବଢିଛି ରାଜନୈତିକ ଉଷ୍ମତା। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବାରବାଟୀ କଟକ ବିଧାୟିକା ଓ ସିଏମ୍ସି ମେୟର। 

ଜଣ୍ଡିସ ପାଇଁ ସିଧା ମେୟରଙ୍କୁ ଦାୟୀ କରି ଗତକାଲି ବର୍ଷିଥିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଷ୍। କହିଥିଲେ, ନିଜ ଦାୟିତ୍ୱ ତୁଲାଉନାହାନ୍ତି ମେୟର। ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଗୋଟିଏ ଏଜେନସୀକୁ ବାରମ୍ବାର ଦେଉଛନ୍ତି ଟେଣ୍ଡର। ନାଳନର୍ଦ୍ଦମା ସଫା ହେଉନି, ପାନୀୟ ଜଳରେ ମିଶୁଛି ଡ୍ରେନ ପାଣି। ସିଏମସି ଓ ଅପାରଗ ମେୟରଙ୍କ ପାଇଁ କଟକ ବାସୀ ଦଶା ଭୋଗୁଛନ୍ତି କହି ସୁବାସଙ୍କ ବିରୋଧରେ ବିଷୋଦଗାର କରିଥିଲେ ସୋଫିଆ।

Advertisment

ସୋଫିଆଙ୍କ ଅଭିଯୋଗକୁ ହଜମ କରି ପାରି ନାହାନ୍ତି ସୁବାସ ସିଂ। ଅପାରଗ ମନ୍ତବ୍ୟର ଜବାବ ଅଯୋଗ୍ୟରେ ଦେଇଛନ୍ତି କଟକ ମେୟର। ସୁବାସ କହିଛନ୍ତି, ସୋଫିଆ ଜଣେ ଅଯୋଗ୍ୟ ବିଧାୟିକା। ଦୁର୍ନୀତିରେ ସେ ଓ ତାଙ୍କ ବାପା ବୁଡ଼ି ରହିଛନ୍ତି। ବାପାଙ୍କ ଭଳି ସେ ଆକ୍ସିଡେଣ୍ଟାଲ୍ ବିଧାୟିକା। 

ଏଥିସହ ସୁବାସ ପ୍ରଶ୍ନ କରିଛନ୍ତି, ଜଣ୍ଡିସ ବେଳେ ମ୍ୟାଡମ କେଉଁଠି ଥିଲେ ? ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସି କହୁଛନ୍ତି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଓ ସିଏମସି ଦାୟୀ । ଆମେ ପ୍ରଭାବିତ ଅଞ୍ଚଳ ବୁଲି ପଦକ୍ଷେପ ନେଇଛୁ। ସେ ବିଧାୟିକା ଭାବରେ କ’ଣ ଦାୟିତ୍ବ ତୁଲାଇଛନ୍ତି ? ବିଧାୟିକା ପାଇଁ ସୋଫିଆ ଅଯୋଗ୍ୟ ବୋଲି ରୋକ୍ ଠୋକ୍ ଜବାବ ଦେଇଛନ୍ତି ସୁବାସ ସିଂ। 

ପୂର୍ବରୁ କଟକ ସହରର ବିଭିନ୍ନ ସମସ୍ୟାକୁ ନେଇ ଦେଖିବାକୁ ମିଳିଥାଏ ସୋଫିଆ-ସୁବାସ ତୁତୁ ମେଁମେଁ। ଏବେ ଜଣ୍ଡିସକୁ ନେଇ ପଲିଟିକ୍ସ ଓ ପୁଣି ଥରେ ତୀବ୍ର ହୋଇଛି ବିଧାୟିକା-ମେୟର ଆରୋପ ପ୍ରତ୍ୟାରୋପ। 

Odisha News Odisha Politics Jaundice
Advertisment
Advertisment