Advertisment

କଟକ ସହର ସଟ୍‌ଡାଉନ୍‌

କଟକ: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ୪ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ କଟକ ସହରକୁ ସଟ୍‌ଡାଉନ୍ କରାଯିବ ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ଘୋଷଣା କରିଛି। ସଟ୍‌ଡାଉନ୍‌ ଘୋଷଣାକୁ଼ ତତ୍କାଳ ଲାଗୁ ନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସଟ୍‌ଡାଉନ୍‌ ବେଳେ କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସେହିପରି ସମସ୍ତ […]

କଟକ ସହର ସଟ୍‌ଡାଉନ୍‌

coronavirus

Advertisment

କଟକ: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ୪ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ କଟକ ସହରକୁ ସଟ୍‌ଡାଉନ୍ କରାଯିବ ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ଘୋଷଣା କରିଛି।

Advertisment

ସଟ୍‌ଡାଉନ୍‌ ଘୋଷଣାକୁ଼ ତତ୍କାଳ ଲାଗୁ ନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସଟ୍‌ଡାଉନ୍‌ ବେଳେ କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସେହିପରି ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।

ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ସକାଳ ୫ରୁ ସଂଧ୍ୟା ୬ଯାଏ ଖୋଲିବ ଗ୍ରୋସରୀ, ପରିବା, କ୍ଷୀର ଦୋକାନ। ତେବେ ଔଷଧ ଦୋକାନ ନିୟମିତ ଖୋଲିବ। ଅନଲାଇନ ଡେଲିଭରି, ବିଦ୍ୟୁତ୍‌, ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

Advertisment

ସୂଚନାଥାଉ କି, କଟକ ଜିଲ୍ଲାରେ ଆଜି ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ କଟକ ସହରର। ଏହି ୧୧ ଆକ୍ରାନ୍ତ କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳର ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ନୂଆ କରି ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସରକାରୀ କ୍ୱାରେଣ୍ଟିନ୍‌ରେ ଥିଲେ। ସେମାନେ ସମସ୍ତେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍‌ର ଆଇସୋଲେସନ୍‌ ୱାର୍ଡରେ ଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ।

ସେହିପରି ବାକି ୬ ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି। ଏହି ୬ ଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଥିବାବେଳେ ବାକି ୫ଜଣ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମର କର୍ମଚାରୀ।

ଆହୁରି ପଢ଼ନ୍ତୁ:ରାଣୀହାଟ ମାଳିସାହି କଣ୍ଟେନ୍‌ମେଣ୍ଟ୍‌ ଜୋନ୍

Corona Cases In Cuttack Corona In Cuttack Cuttack Corona Latest Update Cuttack Shut Down
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ