baliguda
ବାଲିଗୁଡ଼ା: ସିଆର୍ପିଏଫ୍ କ୍ୟାମ୍ପକୁ ଫେରୁଥିବା ବେଳେ ଘଟିଲା ଅଘଟଣ। ଚାଲିଗଲା ସିଆରପିଏଫ୍ ଯବାନଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଘଟିଛି ବାଲିଗୁଡ଼ାରେ। ସିଆର୍ପିଏଫ୍ କ୍ୟାମ୍ପକୁ ଫେରୁଥିବା ବେଳେ ବୋଲେରୋଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ମୃତ୍ୟୁ ବରଣ କରିଥିବା ଯବାନ ଜଣକ ହେଲେ ରାଜେନ୍ଦ୍ର ଲୋଖଣ୍ଡେ। ସେହିପରି ଗୁରୁତର ଯବାନ ଦୁଇଜଣ ହେଉଛନ୍ତି ମଲାପ୍ପା ମରକଟି ଓ ଆର. ସରବଣ। ବାଲିଗୁଡା ସିଆର୍ପିଏଫ୍ କ୍ୟାମ୍ପରେ ନିୟୋଜିତ ଥିବା ଯବାନମାନେ ଆଜି ଏକ ବୋଲେରୋରେ ଫୁଲବାଣୀରୁ ଫେରୁଥିଲେ। ସାରଙ୍ଗଗଡ଼ ନିକଟସ୍ଥ କୁରୁଙ୍ଗୁଲି ଘାଟିରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ରାଜେନ୍ଦ୍ର ଲୋଖଣ୍ଡେଙ୍କ ମୃତ୍ୟୁ ଘଟିଥିଲା।
ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯବାନମାନଙ୍କୁ ଉଦ୍ଧାର କରି ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ମଲାପ୍ପା ମରକଟି ଓ ଆର. ସରବଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁ ଯବାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baliguda_1625326938.jpg)