Advertisment

Youth Carried on Stretcher: ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା, ଦୋଳାରେ ବୁହା ହେଲେ ଗୁରୁତର ଯୁବକ

ପୁଣି ରାସ୍ତା ଅବ୍ୟବସ୍ଥା, ପୁଣି ଯମ ଯନ୍ତ୍ରଣା। ଦୋଳାରେ ବୁହା ହୋଇ ଡାକ୍ତରଖାନା ଗଲେ ଗୁରୁତର ଯୁବକ। ପ୍ରାୟ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଯୁବକଙ୍କୁ ବୋହିନେଲେ ସମ୍ପର୍କୀୟ।

Bad Roads

Bad Roads Photograph: (OTV)

Advertisment

ପୁଣି ରାସ୍ତା ଅବ୍ୟବସ୍ଥା, ପୁଣି ଯମ ଯନ୍ତ୍ରଣା। ଦୋଳାରେ ବୁହା ହୋଇ ଡାକ୍ତରଖାନା ଗଲେ ଗୁରୁତର ଯୁବକ। ପ୍ରାୟ ପାଞ୍ଚ କିଲୋମିଟର ଜଙ୍ଗଲ ରାସ୍ତାରେ ଯୁବକଙ୍କୁ ବୋହିନେଲେ ସମ୍ପର୍କୀୟ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବଡ଼ ଆଞ୍ଚୂପା ଗାଁରେ। 

Advertisment

ଗାଁକୁ ପକ୍କା ରାସ୍ତା ନଥିବାରୁ ଗୁରୁତର ରୋଗାକ୍ରାନ୍ତ ଯୁବକ ଦେବରାଜ ରଇତଙ୍କୁ ଦୋଳାରେ ବୋହି ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଏକ ଅଟୋ ଭଡ଼ା କରି ତାଙ୍କୁ ପାତ୍ରପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା। 

ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ମାସରେ ଗାଁକୁ ଫେରି ଆସିଥିଲେ। ବଡ଼ ଆଞ୍ଚୂପାକୁ ଆଜି ପର୍ଯ୍ୟନ୍ତ କୌଣସି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଯାହାବି ରାସ୍ତା ଥିଲା ବର୍ଷାରେ ଖରାପ ହୋଇଥିବାରୁ ଯାତାୟତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

Advertisment

ଗ୍ରାମବାସୀମାନେ ପଂଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ପ୍ରଥମେ ପାଞ୍ଚ କିଲୋମିଟର ପାଦରେ ଚାଲିବା ପରେ ମୁଖ୍ୟ ରାସ୍ତାରୁ ଅଟୋ ଯୋଗେ ଯିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିବେ ବି ପ୍ରଶାସନ କୌଣସି ପଦକ୍ଷେଉ ନେଉଥିବା ଅଭିଯୋଗ କରିଛନ୍ତି।

ପୁଣି ରାସ୍ତା ଅବ୍ୟବସ୍ଥାରୁ ଯମ ଯନ୍ତ୍ରଣା
ଦୋଳାରେ ବୁହା ହେଲେ ଗୁରୁତର ଯୁବକ
ପ୍ରାୟ ପାଞ୍ଚ କିମି ବୋହିନେଲେ ସମ୍ପର୍କୀୟ 
ଦୋଳାରେ ବୋହି ଡାକ୍ତରଖାନା ନେଲେ
ପାତ୍ରପୁର ବ୍ଲକ ବଡ଼ ଆଞ୍ଚୂପା ଗାଁର ଘଟଣା
ଗାଁକୁ ଆଜିଯାଏଁ ହୋଇନି ପକ୍କା ରାସ୍ତା ନିର୍ମାଣ
ଦୟନୀୟ ସ୍ଥିତିରେ ଯାତାୟାତ କରୁଛନ୍ତି ଲୋକେ
ପାଞ୍ଚ କିମି ପାଦରେ ଚାଲି ମୁଖ୍ୟ ରାସ୍ତାକୁ ଯାଉଛନ୍ତି

Advertisment
Negligence Bad Road
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ