Advertisment

SI Recruitment Scam: ପୋଲିସ SI ନିଯୁକ୍ତି ଘୋଟାଲାର ଖୋଲୁଛି ଗୁମର, ‘ବଣିକ’ ଅଧିକାରୀଙ୍କୁ ହାଜିରା ନୋଟିସ୍

ଭୁବନେଶ୍ବରରେ ଥିବା ‘ବଣିକ’ କୋଚିଂ ସେଣ୍ଟରରେ ଚଢ଼ାଉ କରିଛି କ୍ରାଇମବ୍ରାଞ୍ଚ। HR ମ୍ୟାନେଜର, ଆଡମିନ ମ୍ୟାନେଜର ଓ ଆକାଉଣ୍ଟ ହେଡଙ୍କୁ କ୍ରାଇମବ୍ରାଞ୍ଚ ନିକଟରେ ହାଜର ପାଇଁ ନୋଟିସ ପଠାଯାଇଛି।

Vanik

Vanik Photograph: (OTV)

Advertisment

ପୋଲିସ SI (Odisha Police SI Exam) ନିଯୁକ୍ତି ଘୋଟାଲା ଲିଙ୍କରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ଭୁବନେଶ୍ବର ସିଆରପି ଛକରେ ଥିବା ବଣିକ’ କୋଚିଂ ସେଣ୍ଟରର HR ମ୍ୟାନେଜର, ଆଡମିନ ମ୍ୟାନେଜର ଓ ଆକାଉଣ୍ଟ ହେଡଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ । ଆଜି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଛି । 
ଗତକାଲି ବଣିକ’ କୋଚିଂ ସେଣ୍ଟରରେ ଛାନଭିନ୍ କରାଯାଇଥିଲା । ବିଜୟନଗରମ ଯାଉଥିବା ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ଥିଲେ । ‘ବଣିକ’ ପରୀକ୍ଷାର୍ଥୀଙ୍କୁ ପଠାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ହେଲେ କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ। ଏଥିସହ ବଣିକ’ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ରହିଛି । 
ଏପଟେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଣିକ କର୍ତ୍ତୃପକ୍ଷ । ଆମେ ଏଠାରେ ପିଲାଙ୍କୁ କୋଚିଂ ଦେଉ, ବାହାରେ କିଏ କ’ଣ କଲା ଜାଣିନୁ। ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତଦନ୍ତରେ ପୂରା ସହଯୋଗ କରୁଛୁ ବୋଲି ବଣିକ କୋଚିଂ ସେଣ୍ଟର ପକ୍ଷରୁ କୁହାଯାଇଛି । ସେପଟେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି OPRB।

Advertisment

ଅଧିକ ଦେଖନ୍ତୁ:

Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ