/odishatv-khabar/media/post_attachments/uploadimage/library/16_9/16_9_0/pradeep-panigarhi-2_1625052363.jpg)
pradeep-panigarhi-2
ଭୁବନେଶ୍ୱର: SDJM କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗିରଫ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର SDJM ହାଜର କରାଇଲା କ୍ରାଇମ୍ବ୍ରାଞ୍ଚ। SDJM କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। କୋର୍ଟ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି ମୁଁ ଯାହା କହିଥିଲି ସେୟା ହେଲା।
Advertisment
ଏହା ପୂର୍ବରୁ ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା। ସାଇବର ଥାନାରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ତାଙ୍କ ବିରୋଧରେ ଆଇଟି ଆକ୍ଟର ବିଭିନ୍ନ ଧାରା ଲଗାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)