Advertisment

କେମିତି ଧରାପଡ଼ିଥିଲା ଅଞ୍ଜନା ଘଟଣାର ମୁଖ୍ୟ ଅପରାଧୀ?

୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ।

କେମିତି ଧରାପଡ଼ିଥିଲା ଅଞ୍ଜନା ଘଟଣାର ମୁଖ୍ୟ ଅପରାଧୀ?

cp on anjana

Advertisment

ଭୁବନେଶ୍ୱର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ତେବେ ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିବନକୁ କେମିତି ଧରିଲା କମିଶନରେଟ୍‌ ପୋଲିସ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ତେବେ ଏ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର।

Advertisment

କମିଶନରଙ୍କ କହିବା ଅନୁସାରେ, " ମାମଲାରେ ବିବନ ମୁଖ୍ୟ ଅଭିଯୁକ୍ତ ଥିଲା ଓ ଅନ୍ୟ ୨ ସହଯୋଗୀ ଥିଲେ। ୩ ମାସ ତଳେ ଚୌଦ୍ୱାର ଜେଲରେ ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲି। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କଲୁ। ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଥିଲୁ। ଏହାପରେ ତାକୁ କେମିତି ଧରିବୁ ତାହା ଲାଗି ପ୍ଲାନ କରାଯାଇଥିବା ନେଇ କମିଶନର କହିଛନ୍ତି"।

ଏହାସହ BK ର ଫୁଲଫର୍ମ ବାରଙ୍ଗ କିଙ୍ଗ୍‌ ବୋଲି ଜାଣିବାକୁ ପାଇଥିଲୁ। ଏହାସହ ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର କଲୁ ବୋଲି କମିଶନର କହିଛନ୍ତି। କେବଳ ଏତିକି ନୁହେଁ ବିବନ କିଛି ଦିନ ଲାଗି ଆସି କଟକ ତ୍ରିଶୁଳିଆରେ ରହୁଥିବା ନେଇ ଖବର ମଧ୍ୟ ପାଇଥିଲୁ। ଏହି କଥା ଜାଣିବା ପରେ ବିବର ପୁଅ ତାଠୁ କେମିତି ଟଙ୍କା ପାଉଛନ୍ତି ତାହା ଜାଣିବାକୁ ଚେଷ୍ଟା କରିଥିଲୁ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Advertisment

ତେବେ ଏନେଇ ଅଧିକ ତଦନ୍ତ କରିଥିଲୁ ଆଉ ପରେ ଜାଣିବାକୁ ପାଇଥିଲୁ ଯେ, ବିବନ ନାଁ ବଦଳାଇ ଆମ୍ବିଭ୍ୟାଲିରେ ରହୁଛି। ବିବନ ଖସିଯିବା ପଛରେ କିଛି ଲୋକଙ୍କ ହାତ ଥିବା ସନ୍ଦେହ କରିଥିଲେ ସିପି। କିଛି ଲୋକଙ୍କ ସହଯୋଗ ଥିବ, ନହେଲେ ସେ ଓଡ଼ିଶା ରୁ ପଳାଇଲା କେମିତି ବୋଲି ବି ନିଜ ପ୍ରତିକ୍ରିୟାରେ କହିଛନ୍ତି କମିଶନର। ମୁଁ ଆଶା କରିବି ବିବନ ଆଉ ଜେଲରୁ ନବାହାରୁ, ସାରାଜୀବନ ସେ ଜେଲରେ ହିଁ ରହୁ।  ଏହାସହ ମହିଳାଙ୍କୁ ନ୍ୟାୟ ଦେବାକୁ ଅଧିକ ସତର୍କ ହେବାକୁ ପଡ଼ିବ କହିଲେ ସିପି।

Anjana Mishra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ