Advertisment

ମାଟି ତଳୁ ବାହାରିଲା ୧୦ ଝୁଡ଼ିରୁ ଅଧିକ କଉଡ଼ି ?

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍‌ର ନଛିପୁର ଗାଁରୁ ମିଳିଛି ହଜାର ହଜାର ସଂଖ୍ୟାରେ କଉଡ଼ି। ଘର ପାଇଁ ନିଅଁ ଖୋଳିବା ବେଳେ ଶ୍ରମିକମାନେ ମାଟି ତଳେ ଥିବା ଏକ ଘୁମରୁ ୧୦ ଝୁଡ଼ିରୁ ଅଧିକ କଉଡ଼ି ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଉଡ଼ି ମିଳିଥିବା ଅଂଚଳରେ ଖନନ କରାଯାଇ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି। ମାଟି ତଳେ ଶହ ଶହ ବର୍ଷର ସମ୍ପତ୍ତି ବାହାରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ଉତ୍କଣ୍ଠା ବୃଦ୍ଧି […]

ମାଟି ତଳୁ ବାହାରିଲା ୧୦ ଝୁଡ଼ିରୁ ଅଧିକ କଉଡ଼ି ?

kaudi

Advertisment

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍‌ର ନଛିପୁର ଗାଁରୁ ମିଳିଛି ହଜାର ହଜାର ସଂଖ୍ୟାରେ କଉଡ଼ି। ଘର ପାଇଁ ନିଅଁ ଖୋଳିବା ବେଳେ ଶ୍ରମିକମାନେ ମାଟି ତଳେ ଥିବା ଏକ ଘୁମରୁ ୧୦ ଝୁଡ଼ିରୁ ଅଧିକ କଉଡ଼ି ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଉଡ଼ି ମିଳିଥିବା ଅଂଚଳରେ ଖନନ କରାଯାଇ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି।

Advertisment

[caption id="attachment_244828" align="aligncenter" width="1002"]publive-image Cowry excavated in nayagarh[/caption]

ମାଟି ତଳେ ଶହ ଶହ ବର୍ଷର ସମ୍ପତ୍ତି ବାହାରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ଉତ୍କଣ୍ଠା ବୃଦ୍ଧି ପାଇଛି। ନଛିପୁର ଗାଁରେ ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳା ଚାଲିଥିଲା। ଶ୍ରମିକମାନେ ୪ ଫୁଟ ମାଟି ଖୋଳିବା ପରେ ହଠାତ୍ ଏକ ଘୁମ ଦେଖିଥିଲେ। ପ୍ରାୟ ୫ଫୁଟ ଉଚ୍ଚତାର ଏହି ଘୁମରେ ଭରି ରହିଥିଲା କଉଡ଼ି। ଆଶ୍ଚର୍ଯ୍ୟର କଥା ହେଉଛି, ସବୁ କଉଡ଼ି ସୁରକ୍ଷିତ ରହିଛି।

Advertisment

ପୁରାତନ କାଳରେ କଉଡ଼ିକୁ ମୁଦ୍ରା ଭାବରେ ବ୍ୟବହାର କରି ଜିନିଷ କିଣାବିକା କରୁଥିଲେ ଲୋକେ।ଐତିହାସିକଙ୍କ ମତରେ ଇଂରେଜମାନେ ଆସିବା ପରେ କଉଡ଼ି ପ୍ରଚଳନ ବନ୍ଦ କରିଦେଇ ନିଜସ୍ୱ ମୁଦ୍ରା ବ୍ୟବହାର କରିଥିଲେ। ଲୋକଙ୍କ ପାଖରେ ଥିବା ହଜାର ହଜାର ସଂଖ୍ୟାରେ କଉଡ଼ି ଅଦରକାରୀ ହୋଇପଡ଼ିଲା। ବିପୁଳ ପରିମାଣର କଉଡ଼ିକୁ ଲୋକେ ମାଟି ତଳେ ପୋତିଦେଲେ। ଇଂରେଜମାନଙ୍କ କଉଡ଼ି ପ୍ରଚଳନ ବନ୍ଦ ନିଷ୍ପତ୍ତି ଅସନ୍ତୋଷ ବଢ଼ାଇଥିଲା ଏବଂ ସେତେବେଳେ ପାଇକ ବିଦ୍ରୋହ ପାଇଁ ବାଟ କଢ଼ାଇଥିଲା ବୋଲି ଐତିହାସିକ ମତ ଦେଇଛନ୍ତି।

[caption id="attachment_244829" align="aligncenter" width="1006"]publive-image ମାଟି ତଳୁ ବାହାରିଲା କଉଡ଼ି[/caption]

Advertisment

ଏନେଇ ଐତିହାସିକ ଅନାମ ବେହେରା କହିଛନ୍ତି ଯେ ବ୍ରିଟିଶରମାନେ କଉଡ଼ି ପ୍ରଚଳନକୁ ବନ୍ଦ କରି ଦେବା ଫଳରେ ରାଜ୍ୟରେ ଅନେକ ସମସ୍ୟା ଦେଖାଦେଲା। ଫଳରେ ପାଇକ ବିଦ୍ରୋହର ସୃଷ୍ଟି ହେଲା ବୋଲି ଅନାମ କହିଛନ୍ତି।

ଗତବର୍ଷ ଅନୁଗୁଳର କଞ୍ଜରରୁ ଠିକ ଏଭଳି ଭାବେ ମାଟି ତଳୁ ବସ୍ତା ବସ୍ତା କଉଡି ମିଳିଥିଲା। ଏପଟେ ନୟାଗଡ଼ର ନଛିପୁର ଗାଁରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଅଧିକ ଗବେଷଣା କରାଯାଇ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ