Advertisment

ଗଣମାଧ୍ୟମକୁ ପାଠ ପଢ଼ାଇଲେ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ

ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍‌ର ଖେଳର ସମୟ। ଆବେଗ ନୁହେଁ ପ୍ରତ୍ୟୟର ସମୟ ବୋଲି  ବାଗ୍‌ଚୀ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ […]

ଗଣମାଧ୍ୟମକୁ ପାଠ ପଢ଼ାଇଲେ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ

save from

Advertisment

ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍‌ର ଖେଳର ସମୟ। ଆବେଗ ନୁହେଁ ପ୍ରତ୍ୟୟର ସମୟ ବୋଲି  ବାଗ୍‌ଚୀ କହିଛନ୍ତି।

Advertisment

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇବୁ। ସରକାର ପ୍ରତିଟି ଖବର ସଠିକ ସମୟରେ ଆପଣଙ୍କ ନିକଟରେ ପହଞ୍ଚାଇବେ। ଆପଣ ପ୍ରତିଟି ବଲ୍‌ର ସମୀକ୍ଷା କରନ୍ତୁ ନାହିଁ ବୋଲି ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତବ୍ୟ ଦେଇଛନ୍ତି ବାଗଚୀ।

ଆପତଃକାଳୀନ ସ୍ଥିତିରେ ଘଟଣା ଘଟିବା କ୍ଷଣି ଖବର ଦେବା ସମ୍ଭବ ନୁହେଁ। ବୃହତ୍ତର ଜନସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର ପଡ଼ିଲେ ଦିଆଯିବ। ଏବଂ ଯେଉଁଠି ଜନହିତ ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦିଆଯିବ ନାହିଁ ବୋଲି ବାଗ୍‌ଚୀ ରୋକଠୋକ୍ ମନ୍ତବ୍ୟ ଦେଇଛନ୍ତି।

Advertisment

ଏଥିପାଇଁ ସମାଲୋଚନା, ସମୀକ୍ଷା କରିବାର କିଛି ଆବଶ୍ୟକତା ନାହିଁ। ବର୍ତ୍ତମାନ କରୋନା ହସ୍ପିଟାଲ ଆଗରେ ଓବି ଭ୍ୟାନ୍ ଠିଆ କରାଇବା ସମୟ ନୁହେଁ ବୋଲି ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତବ୍ୟ ଦେଇଛନ୍ତି ବାଗ୍‌ଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ