Advertisment

ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାରରେ ବ୍ରେକ୍‌ ଲାଗିପାରୁନି। ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍‌

corona test

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାରରେ ବ୍ରେକ୍‌ ଲାଗିପାରୁନି। ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨,୭୬୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୨,୦୮୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୫୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ୬ ଜଣ ଆକ୍ରାନ୍ତ ଓ କଟକରୁ ୫, ଅନୁଗୁଳ ଓ ବରଗଡ଼ରୁ ୪ ଜଣ ଲେଖାଏ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ରୁ ୩ ଜଣ ଲେଖାଏ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୨ ଜଣ ଲେଖାଏ, ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୫୭ରେ ପହଞ୍ଚିଛି। ଗତକାଲି ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

publive-image

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭,୩୧୩ରେ ପହଞ୍ଚି ଥିବାବେଳେ ୭,୮୧,୪୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ଟିଭ୍‌ କେସ୍‌ ୬୨,୫୧୫ ରହିଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ। ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର କମୁଛି ହେଲେ ଯେଉଁଠି ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହୁଛି, ସେଠି ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ତେବେ ରଜ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଏପରିକି ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଡିଏମ୍ଇଟି ସିବିକେ ମହାନ୍ତି ମଧ୍ୟ କହିଛନ୍ତି- ପରିସ୍ଥିତି ସୁଧୁରିଲେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ। ହେଲେ କରୋନା କମୁଛି ଭାବି ସଚେତନ ନହେଲେ ବିପଦ।

Advertisment
Advertisment