Advertisment

କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

କଟକ: କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର। ଜିଲ୍ଲାରେ କରୋନା ପଜିଟିଭି ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ। ଏହା ସହ କୋଭିଡ ହସ୍ପିଟାଲକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ କରାଯିବ। କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ। ଏସ୍‌ସିବି ମେଡିକାଲରେ କୋଭିଡ ହସ୍ପିଟାଲ କର୍ଯ୍ୟକ୍ଷମ ହେବା ପରେ, କରୋନାରୁ […]

କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

cuttack

Advertisment

କଟକ: କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର। ଜିଲ୍ଲାରେ କରୋନା ପଜିଟିଭି ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ। ଏହା ସହ କୋଭିଡ ହସ୍ପିଟାଲକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ କରାଯିବ। କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ।

Advertisment

ଏସ୍‌ସିବି ମେଡିକାଲରେ କୋଭିଡ ହସ୍ପିଟାଲ କର୍ଯ୍ୟକ୍ଷମ ହେବା ପରେ, କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ନମୁନାର ଲକ୍ଷଣ ପରୀକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। କଟକରେ ଦଶହରା ସମୟରେ ପୂଜା ଗାଇଡଲାଇନକୁ ନେଇ ସହରବାସୀ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ। ତେଣୁ ଆଗକୁ ଧନତେରାସ ଓ କାଳୀ ପୂଜାରେ ବି କଟକ ବାସୀଙ୍କ ଏଭଳି ସହଯୋଗ ମିଳିବା ଆବଶ୍ୟକ ବୋଲି ସୌରଭ ଗର୍ଗ କହିଛନ୍ତି।

ଅନ୍ୟପଟେ କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଥିବା RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। RMRC ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ରଜଣାପଡ଼ିଛି ବୋଲି ନିର୍ଦ୍ଦେଶିକା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ