Advertisment

Court Premises Secure: କୋର୍ଟ ପରିସର ସୁରକ୍ଷିତ, ସ୍ବାଭାବିକ ହେଲା ହାଇକୋର୍ଟ କାର୍ଯ୍ୟ

ରାଜ୍ୟରେ ବିଭିନ୍ନ କୋର୍ଟକୁ ବୋମା ଧମକ ନେଇ ତନାଘନା ପରେ ସ୍ବାଭିବିକ ହୋଇଛି କୋର୍ଟ କାର୍ଯ୍ୟ। କଟକ, ଦେବଗଡ଼, ସମ୍ବଲପୁର ଜିଲ୍ଲା କୋର୍ଟ ସ୍ୱାଭାବିକ ହୋଇଛି।

Highcourt

Highcourt Photograph: (OTV)

Advertisment

ରାଜ୍ୟରେ ବିଭିନ୍ନ କୋର୍ଟକୁ ବୋମା ଧମକ ନେଇ ତନାଘନା ପରେ ସ୍ବାଭିବିକ ହୋଇଛି କୋର୍ଟ କାର୍ଯ୍ୟ। କଟକ, ଦେବଗଡ଼, ସମ୍ବଲପୁର ଜିଲ୍ଲା କୋର୍ଟ ସ୍ୱାଭାବିକ ହୋଇଛି। ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ଓ ପୋଲିସର ଯାଞ୍ଚ ପରେ କାର୍ଯ୍ୟ ଆରମ୍ଭ ହୋଇଛି। 

Advertisment

ଆଜି କଟକ, ସମ୍ବଲପୁର ଓ ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ଆସିଥିଲା। ଇ-ମେଲ୍ ମାଧ୍ୟମରେ ଏସବୁ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ଧମକ ପରେ ୩ଟି ଯାକ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯାଇଥିଲା। ତେବେ ପରେ କୋର୍ଟ କାର୍ଯ୍ୟ ସ୍ବାଭବିକ ହୋଇଛି। 

କୋର୍ଟକୁ ବୋମା ଧମକ ନେଇ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭାବେ ଏକ ହୋକ୍ସ ମେଲ୍। ଡିଜିପିଙ୍କ ସହ କଥା ହୋଇ ଏହି ଇମେଲ ତାମିଲନାଡୁରୁ ଜେନେରେଟ୍ ହୋଇଥିବା ଜାଣିଲି। ତେଣୁ କେହି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ମଧ୍ୟ କହିଛନ୍ତି। ଏହା ଭିତରେ ଡିଜିପି ମଧ୍ୟ ମୁଖ୍ୟ ବିଚାରପତିଙ୍କୁ ଭେଟି ଆଲୋଚନା କରିଛନ୍ତି। 

Advertisment

“କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି, ଭୟଭୀତ ହୁଅନ୍ତୁ ନାହିଁ। ମୁଁ ନିଜେ ମୁଖ୍ୟ ବିଚାରପତିଙ୍କ ସହ କଥା ହୋଇଛି। ତେଣୁ କୋର୍ଟ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହିଁ। ତେଣୁ ଏହି ଗୁଜବକୁ ନେଇ କେହି ଭୟ କରିବାର କାରଣ ନାହିଁ। କୋର୍ଟ ପରିସର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି, ଭୟଭୀତ ହୁଅନ୍ତୁ ନାହିଁ।

Bomb Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ