Advertisment

ଭୂତ ନେଉଛି ଭତ୍ତା

କେନ୍ଦୁଝର  : ଭୂତ ନେଉଛି ଭତ୍ତା। ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ହଡ଼ପ ହେଉଛି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ଡିମ୍ବୋ ପଂଚାୟତରୁ। ଅଭିଯୋଗ ଅନୁସାରେ, ଡିମ୍ବୋ ପଂଚାୟତ ତେନ୍ତୁଳିନଣ୍ଡା ଗ୍ରାମର ଚାରି ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ମଧ୍ୟ ନିୟମିତ ଭତ୍ତା ନେଉଥିବା ଗ୍ରାମ ସଭା ବୈଠକରୁ ଜଣାପଡିଛି। ଗ୍ରାମର ସରସ୍ୱତୀ ସାହୁ  ଜୁଲାଇ ମାସ ୬ ତାରିଖରୁ ମୃତ୍ୟୁବରଣ […]

ଭୂତ ନେଉଛି ଭତ୍ତା

dimbo-1

Advertisment

କେନ୍ଦୁଝର  : ଭୂତ ନେଉଛି ଭତ୍ତା। ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ହଡ଼ପ ହେଉଛି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ଡିମ୍ବୋ ପଂଚାୟତରୁ।

Advertisment

publive-imageଅଭିଯୋଗ ଅନୁସାରେ, ଡିମ୍ବୋ ପଂଚାୟତ ତେନ୍ତୁଳିନଣ୍ଡା ଗ୍ରାମର ଚାରି ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ମଧ୍ୟ ନିୟମିତ ଭତ୍ତା ନେଉଥିବା ଗ୍ରାମ ସଭା ବୈଠକରୁ ଜଣାପଡିଛି। ଗ୍ରାମର ସରସ୍ୱତୀ ସାହୁ  ଜୁଲାଇ ମାସ ୬ ତାରିଖରୁ ମୃତ୍ୟୁବରଣ କରି ସାରିଥିବାବେଳେ ତାଙ୍କ ନାଁରେ ଗଲା ୪ ମାସ ହେଲାଣି ଭତ୍ତା ଟଙ୍କା ହଡ଼ପ ହେଉଥିବା ଜଣାପଡିଛି।

ସେହିପରି ଗ୍ରାମର ଜିତୁରାମ ମହାନ୍ତି, ଦୁର୍ଲ୍ଲଭ ସାହୁ, ପଦ୍ମାବତୀ ବେହେରା ମୃତ୍ୟୁବରଣ କରିଥିଲେ ମଧ୍ୟ ଏମାନଙ୍କ ନାଁରେ ଭତ୍ତା ଟଙ୍କା ଉଠା ଯାଉଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି। ତେବେ ଏଭଳି ଦୁର୍ନୀତି ନେଇ ସାମାଜିକ ସମୀକ୍ଷା ଅଧିକାରୀ ପ୍ରଶ୍ନ ଉଠାଇ ଥିବାବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିମ୍ବୋ ପଂଚାୟତ ସରପଂଚ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ