Advertisment

କମୁନି ମୃତ୍ୟୁ ସଂଖ୍ୟା; ଆଜି କରୋନାରେ ଆଖି ବୁଜିଲେ ୨୬

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବାବେଳେ ଓଡ଼ିଶାରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ଉପରେ ରହୁଛି। ଗତକାଲି ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନାରରେ ଆଖି ବୁଜିଥିବାବେଳେ ଆଜି ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଆଜି ମୃତ ୨୬ ଜଣଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଖୋର୍ଦ୍ଧା ଓ କୋରାପୁଟ। ଏହି […]

କମୁନି ମୃତ୍ୟୁ ସଂଖ୍ୟା; ଆଜି କରୋନାରେ ଆଖି ବୁଜିଲେ ୨୬

covid test-1

Advertisment

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଉଥିବାବେଳେ ଓଡ଼ିଶାରେ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ଉପରେ ରହୁଛି। ଗତକାଲି ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନାରରେ ଆଖି ବୁଜିଥିବାବେଳେ ଆଜି ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

Advertisment

ଆଜି ମୃତ ୨୬ ଜଣଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଖୋର୍ଦ୍ଧା ଓ କୋରାପୁଟ। ଏହି ଦୁଇ ଜିଲ୍ଲାରୁ ୪ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ‍ଇଛି । ସେହିପରି ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏ କରୋନାରେ ଆଖି ବୁଜିଛନ୍ତି ।  ଅନ୍ୟପକ୍ଷେ  କଳାହାଣ୍ଡିରୁ ୨, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି।  

ଆଜିର ମୃତକଙ୍କୁ ମିଶାଇ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ଯଥାକ୍ରମେ ୪୨୪ ଓ ୩୨ ଜଣଙ୍କର ମୃତ୍ୟୁ ଘଟିଛ। ସେହିପରି ମୃତ୍ୟୁ ସଂଖ୍ୟା ନୂଆପଡ଼ାରେ ୫୦, ରାୟଗଡ଼ାରେ ୯୫, ସୁନ୍ଦରଗଡ଼ରେ ୨୩୬ ଓ କଳାହାଣ୍ଡିରେ ୭୮ରେ ପହଞ୍ଚିଛି। ବରଗଡ଼ରେ ୪୮, ବଲାଙ୍ଗିରରେ ୫୯, ବୌଦ୍ଧରେ ୨୯, ଗଜପତିରେ ୪୫, ଝାରସୁଗୁଡ଼ାରେ ୩୨, ନବରଙ୍ଗପୁରରେ ୧୭, ପୁରୀରେ ୧୪୬ ଓ ସୁବର୍ଣ୍ଣପୁରରେ ୨୪ଜଣ କରୋନାରେ ଆଖି ବୁଜିଲେଣି।

Advertisment

ସୂଚନାଥାଉ କି, ଆଜି ରାଜ୍ୟରେ ୧୧, ୧୦୮ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ଲକ୍‌ଡାଉନ ଓ ସପ୍ତାହାନ୍ତ ସଟ୍‌ ଡାଉନ ପରେ କରୋନାରେ ଲାଗି ପାରୁନି ବ୍ରେକ୍‌ ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

କେବଳ ମେ ମାସରେ  ୨ଲକ୍ଷ ୨୪ ହଜାର ୨୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୭ ଜଣଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ପହିଲାରୁ ଦେଖିଲେ ମେ ୧୮ଯାଏଁ ୫୦୨ ଜଣଙ୍କ ଜୀବନ ନେଲାଣି ମହାମାରୀ। ୦ରୁ ୧୬ ବର୍ଷ ବର୍ଗରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ୪୦ ମଧ୍ୟରେ ୧୧୫, ୪୧ରୁ ୬୦ବର୍ଷ ମଧ୍ୟରେ ୨୩୪ ଏବଂ ୬୦ରୁ ଅଧିକ ବୟସ୍କଙ୍କ ବର୍ଗରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗତକାଲି ସର୍ବାଧିକ ୬୧,୬୬୫ ନମୁନାର ପରୀକ୍ଷା ହୋଇଛି। ଦୈନିକ ୭୦ ହଜାର ଟେଷ୍ଟିଂ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Advertisment
Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ