Advertisment

କରୋନା ସଂକ୍ରମଣ ଖୋର୍ଦ୍ଧାରେ କମୁଛି, କଟକରେ ବଢୁଛି: ହେଲେ ଡରଉଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ ପ୍ରଭାବ। ଗତକାଲି ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୬,୧୧୮ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ…

ଅଦ୍ୟତନ ହୋଇଛି
କରୋନା ସଂକ୍ରମଣ ଖୋର୍ଦ୍ଧାରେ କମୁଛି, କଟକରେ ବଢୁଛି: ହେଲେ ଡରଉଛି ମୃତ୍ୟୁ ସଂଖ୍ୟା

bhubaneswar-vaccination

Advertisment

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ ପ୍ରଭାବ। ଗତକାଲି ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି  ୬,୧୧୮ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ କଣ୍ଟାକ୍ସସ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ସେହିପରି ରାଜ୍ୟରେ ୨୪ଘଣ୍ଟା ଭିତରେ ୪୧ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ  କରୋନା ମୃତକଙ୍କ ସଂଖ୍ୟା ୩,୦୩୫କୁ ବୃଦ୍ଧି ପାଇଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା  ଦୀର୍ଘଦିନ ଧରି ସଂକ୍ରମଣ ତାଲିକାର ଉପରେ ରହୁଥିବା ଖୋର୍ଦ୍ଧା ଜିଲ୍ଲାରେ ଆଜି ୩ୟ ସ୍ଥାନକୁ ଖସିଛି। ଏଠାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହୁଥିବାବେଳେ ଆଜି ଏହି ଜିଲ୍ଳାରୁ  ୫୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୯୫ କରୋନା ରୋଗୀ। ତାଲିକାର ଉପରେ ରହିଛି ଆଜି କଟକ। ଏହି ଜିଲ୍ଲାରୁ ୬୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ତାଲିକାର ତୃତୀୟ ସ୍ଥାନରେ ରହିଛି ଜାଜପୁର। ଏଠାରୁ ୫୬୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳରେ ଆଜି ୪୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରେ ୧୯୫, ବରଗଡରେ ୧୬୪, ଭଦ୍ରକରେ ୨୨୮, ବଲାଙ୍ଗିରରେ ୮୩, ବୌଦ୍ଧରେ ୧୧୨, ଦେବଗଡରେ ୨୯, ଢେଙ୍କାନାଳରେ ୧୨୩, ଗଜପତିରେ ୩୦, ଗଞ୍ଜାମରେ ୯୩, ଜଗତ୍‌ସିଂହପୁରରେ ୨୧୮, ଝାରସୁଗୁଡାରେ ୮୬, କଳାହାଣ୍ଡିରେ ୮୦, କନ୍ଧମାଳରେ ୧୪୩, କେନ୍ଦ୍ରାପଡାରେ ୨୨୭, କେନ୍ଦୁଝରରେ ୧୫୫,କୋରାପୁଟରେ ୧୮୦, ମାଲକାନଗିରିରେ ୧୦୭ ଜଣ ଚିହ୍ନଟ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାରୁ ୩୫୨, ନବରଙ୍ଗପୁରରେ ୧୬୬, ନୟାଗଡରେ ୧୬୧, ନୂଆପଡ଼ାରେ ୩୬, ପୁରୀରେ ୩୯୮, ରାୟଗଡାରେ ୧୦୮, ସମ୍ବଲପୁରରେ ୧୦୩, ସୋନପୁରରେ ୫୨, ସୁନ୍ଦରଡରେ ୨୭୨ ଜଣ ଏବଂ ଷ୍ଟେଟପୁଲ୍‌ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ଆଜି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ରୁ ୪, ପୁରୀ ଓ ଗଂଜାମରୁ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଝାରସୁଗୁଡ଼ା, ମୟୂରଭଂଜ, ସମ୍ବଲପୁର, ସୁବର୍ଣ୍ଣପୁରରୁ ୨ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଆଜି ରାଜ୍ୟରେ ୭୩୫୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮,୧୯,୨୧୪ କୁ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୭,୩୯,୩୭୬ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୭୬,୭୫୦ ରହିଛି।

Advertisment

Odisha Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ