Advertisment

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; କାଲି ଥିଲା ୨୯୭, ଆଜି ୩୯୪

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ୩୦୦ ଟପିଛି। ଗତକାଲି ୨୯୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୯୪। ଏଥିମଧ୍ୟରୁ ୨୩୧ କ୍ୱରେଣ୍ଟିନ୍‌ରେ ଥିବାବେଳେ ୧୬୩ ଲୋକାଲ କେସ ରହିଛି। ସମସ୍ତ ରୋଗୀ ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆଜି  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଖୋର୍ଦ୍ଧା […]

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; କାଲି ଥିଲା ୨୯୭, ଆଜି ୩୯୪

corona positive odisha

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ୩୦୦ ଟପିଛି। ଗତକାଲି ୨୯୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୯୪। ଏଥିମଧ୍ୟରୁ ୨୩୧ କ୍ୱରେଣ୍ଟିନ୍‌ରେ ଥିବାବେଳେ ୧୬୩ ଲୋକାଲ କେସ ରହିଛି। ସମସ୍ତ ରୋଗୀ ୨୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଆଜି  ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭୦ ପଜିଟିଭ ଚିହ୍ନଟ ହୋଇଛି। ସେହିପରି ଅନୁଗୁଳରୁ ୨୪, ବାଲେଶ୍ୱରରୁ ୫, ଭଦ୍ରକ, ଢେଙ୍କାନାଳ, କୋରାପୁଟରୁ ୪ ଜଣ ଲେଖାଏ, ଯାଜପୁର, ଗଞ୍ଜାମରୁ ୭,  ନୟଗଡ଼ରୁ ଜଣେ,  ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡାରୁ ୨, କେନ୍ଦୁଝର, ରାୟଗଡ଼ା, ନବରଙ୍ଗପୁରରୁ ୩,  ଜଗତ୍‌ସିଂହପୁରରୁ ୨,   କଳାହାଣ୍ଡିରୁ ୪୩, ନୂଆପଡାରୁ ୪୦, କଟକରୁ ୨୭,  ବରଗଡରୁ ୩୪, ସୁନ୍ଦରଗଡରୁ ୩୧, ସୋନପୁରରୁ ୪, କଟକରୁ ୨୭, ଅନୁଗୁଳରୁ ୨୪, ମୟୂରଭଞ୍ଜରୁ ୧୯, ସମ୍ବଲପୁରରୁ ୧୪, ପୁରୀରୁ ୧୨ ଓ ବଲାଙ୍ଗୀରରୁ ୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୧୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୧୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୩୧୧କୁ ବୃଦ୍ଧି ପାଇଛି। ୩,୩୭,୦୯୧ କରୋନାରୁ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ରହିଛି ୨୨୪୬।

Advertisment

ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ସଂଖ୍ୟାରେ ଯେପରି ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ବଢିବାରେ ଲାଗିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୭କୁ ବୃଦ୍ଧି ପାଇଛି । ତେବେ ସାରା ଦେଶରେ ଏଯାଏଁ ଟିକା ନେଲେଣି ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬ ।

Advertisment

Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ