Advertisment

ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼; ଦିନକରେ ବାହାରିଲେ ୬୩୧ କରୋନା ସଂକ୍ରମିତ

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ। କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ […]

ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼; ଦିନକରେ ବାହାରିଲେ ୬୩୧ କରୋନା ସଂକ୍ରମିତ

COVID19

Advertisment

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ। କରୋନା ସଂକ୍ରମଣ ଯେଉଁ ହାରରେ ଏଠାରେ ବଢୁଛି ତାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ଲଗାତାର ଦୈନିକ କରୋନା ସଂକ୍ରମଣ ତାଲିକାର ଉପରେ ଥିବା ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ଗତକାଲି ୨୨୬୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ବାହାରିଛି ୨୯୮୯ ଜଣ ସଂକ୍ରମିତ। ଏମାନଙ୍କ ମଧ୍ୟରୁ ୧୭୩୩ କରୋନା ରୋଗୀ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୧୨୫୬। ଆଜି ରାଜ୍ୟରୁ ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ସବୁଦିନ ପରି ଆଜି ବି ସୁନ୍ଦରଗଡ଼ ତାଲିକାର ଉପରେ ରହିଛି। ଗତକାଲି ଏହି ଜିଲ୍ଲାରୁ ୪୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୬୩୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡ ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ଗତକାଲି ୩୪୮ ଜଣ ସଂକ୍ରମିତ ବାହାରିଥିବାବେଳେ ଆଜି ବାହାରିଛନ୍ତି ୪୩୮। ଅନ୍ୟପକ୍ଷେ ମାଲକାନଗିରିରୁ ସବୁଠାରୁ କମ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରୁ ଦିନକରେ ବାହାରିଛନ୍ତି ମାତ୍ର ୨ ଜଣ ସଂକ୍ରମିତ।

Advertisment

ସେହିପରି ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩,  ବୌଦ୍ଧ୧୦, କଟକରୁ ୨୦୮, ଦେବଗଡରୁ ୨୩, ଢେଙ୍କାନାଳରୁ ୨୧, ଗଜପତି ୧୫, ଗଞ୍ଜାମରୁ ୬୩, ଜଗତ୍‌ସିଂହପୁରରୁ ୨୪, ଜାଜପୁରରୁ ୫୧, ଝାରସୁଗୁଡାରୁ ୮୪, କନ୍ଧମାଳରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୧୧, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪ ଜଣ ରୋଗୀ ଚିହ୍ନଟ କରାଯାଇଛି।

ମୟୂରଭଞ୍ଜରୁ ୩୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରୁ ୪୩, ନୟାଗଡରୁ ୧୨, ନୂଆପଡ଼ାରୁ ୧୫୧,ପୁରୀରୁ ୧୧୨, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୪୮ ଏବଂ  ସୋନପୁରରୁ ୬ ସଂକ୍ରମିତ ବାହାରିଛନ୍ତି। ଷ୍ଟେଟ ପୁଲ୍‌ରୁ ବାହାରିଛନ୍ତି ୯୪ ରୋଗୀ।

Advertisment

ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୫୮,୩୪୨ ରହିଛି। ସୁସ୍ଥ ଲୋକଙ୍କ ସଂଖ୍ୟା ୩,୪୧,୭୩୩ ଥିବାବେଳେ ଆକ୍ଟିଭ କେସ୍‌ ୧୪୬୨୧ ରହିଛି।

ଅନ୍ୟପକ୍ଷେ,  କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି।

ସୂଚନାଥାଉ କି, କରୋନାର ଦ୍ୱିତୀୟ ଲହର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୮୫ ହଜାର ୪୨୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୮୮ ଲକ୍ଷ ୨୬ ହଜାର ୪କୁ ବୃଦ୍ଧି ପାଇଛି। ଏବେ  ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୧୧ କୋଟି ୧୬ ଲକ୍ଷ ୮ ହଜାର ୩୯୩।

ସେହିପରି  ଗତକାଲି ରାତି ୮ଟା ସୁଦ୍ଧା ସାରା ଦେଶରେ ୩୧ ଲକ୍ଷ ୩୯ ହଜାର ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୧୧କୋଟି ୪୩ ଲକ୍ଷ ଲୋକ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ