Advertisment

୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଖି ବୁଜିଲେ ୩୯

ଭୁବନେଶ୍ୱର: ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮  ।…

ଅଦ୍ୟତନ ହୋଇଛି
୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଖି ବୁଜିଲେ ୩୯

antibody cocktail

Advertisment

ଭୁବନେଶ୍ୱର: ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮  । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। 

Advertisment

ଅନ୍ୟପକ୍ଷେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମିଛି। ଗତକାଲି ରାଜ୍ୟରେ ସର୍ବାଧିକ ୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ରୁ  ୩ ଲେଖାଏଁ ଆକ୍ରାନ୍ତ  ଆଖି ବୁଜିଥିବାବେଳେ  ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ସଂକ୍ରମିତ ଆଖି ବୁଜିଛନ୍ତି।  ସେହିପରି ବଲାଙ୍ଗିର, ଢେଙ୍କାନାଳ ଓ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ  ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୯୧୨କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୩୪ ଜଣ କରୋନା ମୁକ୍ତ ହୋଇଛନ୍ତି। ଆଜିର ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ୭,୯୮,୬୯୯  ଜଣ ସଂକ୍ରମିତ ହୋଇଛନ୍ତି। ୭,୧୩,୦୫୫ ଜଣ କରୋନା ମୁକ୍ତ ହୋଇଥିବାବେଳେ ରାଜ୍ୟରେ ଆକ୍ଟିଭ କେସ ରହିଛି ୮୨,୬୭୯ ଜଣ।

Advertisment

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ କରୋନା ସଂକ୍ରମିତ ବାହାରିଥିବାବେଳେ ଅନୁଗୁଳରୁ ୪୪୯, ବାଲେଶ୍ୱରରୁ ୪୩୬, ବରଗଡରୁ ୧୮୯, ଭଦ୍ରକରୁ ୨୮୭, ବଲାଙ୍ଗୀରରୁ ୬୧, ବୌଦ୍ଧରୁ ୧୨୮, କଟକରୁ ୭୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତ୍‌ସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡାରୁ ୭୧, କଳାହାଣ୍ଡିରରୁ ୧୬୭, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୨୨୩, କେନ୍ଦୁଝରରୁ ୧୬୬ ଏବଂ କୋରାପୁଟରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, ମାଲକାନଗିରିରୁ୧୦୪, ମୟୂଭଞ୍ଜରୁ ୪୪୨, ନବରଙ୍ଗପୁର, ନୟଗଡରୁ ୨୧୯,  ନୂଆପଡାରୁ ୪୮, ପୁରୀରୁ ୩୩୩, ରାୟଡାଗରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧, ସୁନ୍ଦରଗଡରୁ ୨୭୦ ଏବଂ ଷ୍ଟେଟ ପୁଲ୍‌ରୁ ୧୮୮ ଜଣ ବାହାରିଛନ୍ତି।

Advertisment

ସୂଚନାଥାଉ କି, ଜୁନ ୨ ତାରିଖରେ ରାଜ୍ୟରୁ ୮୮୩୯ କରୋନା ରୋଗୀ ବାହାରିଥିବାବେଳେଜୁନ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ  ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ