Advertisment

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩, ୪୨୭ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୨

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଗତକାଲି  ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୪୨୭ ଜଣ। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ…

author-image
Pramod Behera
ଅଦ୍ୟତନ ହୋଇଛି
ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩, ୪୨୭ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୨

coronavirus

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଗତକାଲି  ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୪୨୭ ଜଣ। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୪୭୩ ଅଛନ୍ତି। ତେବେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ରାଜ୍ୟରେ ଆଜି ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି। ଗତକାଲି ୩୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୪୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩,୫୫୦କୁ ଛୁଇଁଛି।

Advertisment

ଆକ୍ରାନ୍ତଙ୍କ ତାଲିକାରେ ଆଜି ବି ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏଠାରୁ ସର୍ବାଧିକ ୫୫୩ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୩୮, ବାଲେଶ୍ୱରରୁ ୨୬୧, ବରଗଡ଼ରୁ ୫୨, ଭଦ୍ରକରୁ ୧୩୯, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୩୧, କଟକରୁ ୩୯୬, ଦେବଗଡ଼ରୁ ୨୨, ଢେଙ୍କାନାଳରୁ ୭୮, ଗଜପତିରୁ ୨୭, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୮୫, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୧୧, କେନ୍ଦୁଝରରୁ ୪୭, କୋରାପୁଟରୁ ୭୨, ମାଲକାନଗିରିରୁ ୩୮, ମୟୂରଭଂଜରୁ ୧୬୨, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୧୪୨, ନୂଆପଡ଼ାରୁ ୨୦, ପୁରୀରୁ ୨୧୭, ରାୟଗଡ଼ାରୁ ୯୪, ସମ୍ବଲପୁରରୁ ୩୨, ସୁବର୍ଣ୍ଣପୁରରୁ ୩୦, ସୁନ୍ଦରଗଡ଼ରୁ ୭୮, ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ ଛୁଇଁଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ୬, ୨୫୨ ଜଣ କରୋନା ମୁକ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮,୨୯,୮୫୧ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ୪୦, ୪୭୧ ରହିଛି।

ସେହିପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ କଟକ, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼ରୁ ୪ ଲେଖାଏଁ, ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟରୁ ୩ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୂରଭଂଜ, ନୂଆପଡ଼ାରୁ ୨ ଲେଖାଏଁ, କଳାହାଣ୍ଡି, ରାୟଗଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ମୃତକଙ୍କ ସଂଖ୍ୟା ୫୬୫ ହୋଇଥିବାବେଳେ ବରଗଡରେ ମୃତ୍ୟୁ ସଂଖ୍ୟା ୮୮କୁ ବୃଦ୍ଧି ପାଇଥିବାବେଳେ କଟକ ୨୩୨, ଝାରସୁଗୁଡ଼ା ୧୦୬, କଳାହାଣ୍ଡି ୧୬୪,  ପୁରୀ ୧୯୪, ସୁନ୍ଦରଗଡ଼ ୩୨୬, କେନ୍ଦ୍ରାପଡ଼ା ୭୨, ରାୟଗଡ଼ା ୧୩୯,  ମୟୂରଭଂଜରେ ମୃତ୍ୟୁ ସଂଖ୍ୟା ୧୧୪ ଛୁଇଁଛି।

Odisha Corona Cases Today
Advertisment
Advertisment