Advertisment

କଲବଲ କରୁଛି କରୋନା: ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ

ରାଜ୍ୟରେ ଇକମୋ ଅଭାବରୁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି ଜଣକ ପରେ ଜଣେ କରୋନା ଆକ୍ରାନ୍ତ। ଜୀବନ ରକ୍ଷା ଲାଗି ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ତେବେ ବ୍ୟୟବହୁଳ ଚିକିତ୍ସା ପାଇଁ ସାଧାରଣ ପରିବାରଟିଏ ଉପରେ ପଡ଼ୁଛି ଆର୍ଥିକ ବୋଝ।

author-image
Sarbeswar
ଅଦ୍ୟତନ ହୋଇଛି
କଲବଲ କରୁଛି କରୋନା: ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ

corona tratment

ଭୁବନେଶ୍ୱର: ରାଜ୍ୟରେ ଇକମୋ ଅଭାବରୁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି ଜଣକ ପରେ ଜଣେ କରୋନା ଆକ୍ରାନ୍ତ। ଜୀବନ ରକ୍ଷା ଲାଗି ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ତେବେ ବ୍ୟୟବହୁଳ ଚିକିତ୍ସା ପାଇଁ ସାଧାରଣ ପରିବାରଟିଏ ଉପରେ ପଡ଼ୁଛି ଆର୍ଥିକ ବୋଝ। ଏମିତି ଏକ ବ୍ୟୟବହୁଳ ଚିକିତ୍ସା ହେଉଛି ଇକ୍ମୋ। ଏମିତି ଦୁଇ ଜଣ ରୋଗୀ ହେଲେ କଟକ ଆଠଗଡ଼ ଅଞ୍ଚଳର ୩୮ ବର୍ଷ ବୟସ୍କ ଦିବ୍ୟରଞ୍ଜନ ବେହେରା ଏବଂ ଭଦ୍ରକ ବାସୁଦେବପୁରର ଅଭିଷେକ ମହାପାତ୍ର। ଦିବ୍ୟରଞ୍ଜନ ସଂଘାତିକ ଫୁସଫୁସ୍ ସଂକ୍ରମଣରେ ଆକ୍ରାନ୍ତ ECMO ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବାର ଥିଲା, ହେଲେ ସୌଭାଗ୍ୟବଶତଃ ଭୁବନେଶ୍ୱରରେ ହଠାତ୍ ସେ ମେସିନ୍ ଉପଲବ୍ଧ ହୋଇଯିବାରୁ ଚିକିତ୍ସା ଚାଲିଛି।

Advertisment

ଦିବ୍ୟରଞ୍ଜନଙ୍କ ଚିକିତ୍ସା ପାଇଁ ଦିନକୁ ଦରକାର ପଡୁଛି ଦେଢ଼ରୁ ୩ଲକ୍ଷ ଟଙ୍କା। ତେଣୁ ସାହାଯ୍ୟ ଅପେକ୍ଷାରେ ପରିବାର। ସେମିତି ଇକ୍ମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ରାଜଧାନୀରେ ଚିକିତ୍ସିତ ଆଉ ଜଣେ ରୋଗୀ ହେଲେ ଭଦ୍ରକ ବାସୁଦେବପୁରର ଅଭିଷେକ ମହାପାତ୍ର। ମାତ୍ର ମାସେ ତଳେ ବାହାଘର ହୋଇଥିଲା ଶଙ୍ଖା, ସିନ୍ଦୁର ବଞ୍ଚାଇବାକୁ ପତ୍ନୀ ଏବେ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି।

ECMO Machine In Odisha
Advertisment
Advertisment