Advertisment

ସଠିକ୍ ସମୟରେ ଚିକିତ୍ସା କଲେ କିଛି କରିପାରିବ ନାହିଁ କରୋନା

କରୋନା କେଉଁଠି ପୁରା ପରିବାରକୁ ଉଜାଡ଼ି ଦେଉଛି, ତ ଆଉ କେଉଁଠି ଦୃଢ଼ ମନୋବଳ ନେଇ ପରିବାରର ସମସ୍ତେ ଆକ୍ରାନ୍ତ ହେଲା ପରେ ବି ହରାଇଛନ୍ତି ମହାମାରୀକୁ।

author-image
Sarbeswar
ଅଦ୍ୟତନ ହୋଇଛି
ସଠିକ୍ ସମୟରେ ଚିକିତ୍ସା କଲେ କିଛି କରିପାରିବ ନାହିଁ କରୋନା

Corona-warrior

ଭୁବନେଶ୍ୱର: କରୋନା କେଉଁଠି ପୁରା ପରିବାରକୁ ଉଜାଡ଼ି ଦେଉଛି, ତ ଆଉ କେଉଁଠି ଦୃଢ଼ ମନୋବଳ ନେଇ ପରିବାରର ସମସ୍ତେ ଆକ୍ରାନ୍ତ ହେଲା ପରେ ବି ହରାଇଛନ୍ତି ମହାମାରୀକୁ। ବିଶେଷକରି କଡ଼ା ସତର୍କତା, ସଠିକ୍ ସମୟରେ ପଦକ୍ଷେପ ଏବଂ ସଚେତନତାକୁ ମୂଳମନ୍ତ୍ର କରି ଅନେକ ମାତ୍ ଦେଇଛନ୍ତି ଅଦୃଶ୍ୟ ଭୂତାଣୁକୁ। ଏକଥା ଆମେ କହୁନୁ, ଯିଏ କରୋନାରେ ସଂକ୍ରମିତ ହୋଇ କରୋନାକୁ ହରାଇଛନ୍ତି, ସେମାନେ ହିଁ କହୁଛନ୍ତି।

Advertisment

କରୋନା ପ୍ରତି ସତର୍କ ରହିବା ସହ ଅବହେଳା ନକରି ସଠିକ୍ ସମୟରେ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। ରାଉରକେଲାର ସାଧାରଣ ଗୃହିଣୀ ରାକ୍ଷୀ ଅଗ୍ରୱାଲ ଏ କଥା କହିଛନ୍ତି। ଯେଉଁ ସମୟରେ ଶିଶୁଟି ଜନ୍ମନେଇଥାନ୍ତା, ସେହି ସମୟରେ ରାକ୍ଷୀ ସଂକ୍ରମିତ ହୋଇଥିଲେ କରୋନାରେ। ଆଶ୍ଚର୍ଯ୍ୟ କଥା ହେଉଛି, ରାକ୍ଷୀ କରୋନା ପଜିଟିଭ୍ ସତ୍ତ୍ୱେ ନବଜାତ ସନ୍ତାନ ଥିଲା ନେଗେଟିଭ୍। ସେହି ସମୟରେ ସ୍ତନ୍ୟପାନ ତ ଦୂରର କଥା, ଛୁଇଁବାକୁ ବି ମନା କରିଦେଇଥିଲେ ଡାକ୍ତର। ତେଣେ ସାରା ପରିବାର ସଂକ୍ରମିତ ହୋଇସାରିଥିଲେ କରୋନାରେ। ସମସ୍ତଙ୍କ ମନରେ ଭୟ ମାଡ଼ିଆସୁଥିଲା। ତଥାପି ରୋଗକୁ ହରାଇବାର ଦୃଢ଼ ମନୋବଳ ଏବଂ ଧୈର୍ଯ୍ୟ ଶକ୍ତି କରୋନା ବିରୋଧୀ ଲଢ଼େଇରେ ସଫଳ ଆଣିଦେଲା ସମସ୍ତଙ୍କୁ। କେବଳ ଅଗ୍ରୱାଲ୍‌ ପରିବାର ନୁହଁନ୍ତି, ୮୫ ବର୍ଷ ବୟସରେ ବାଲୁରାମ ମିତ୍ତଲ ମଧ୍ୟ କରୋନାକୁ ପରାସ୍ତ କରିଛନ୍ତି ଦ୍ୱିତୀୟ ଲହର ସମୟରେ।

ପଢନ୍ତୁ: ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା, ତୃତୀୟ ଲହର ଆସିବା ନେଇ ଆଶଙ୍କା

Advertisment

ଭୁବନେଶ୍ୱର ରସୁଲଗଡ଼ର ଚମ୍ପତି ପରିବାର। ଏମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଭିଡ଼ିହୋଇଗଲେ କରୋନାର କୋରଡକୁ। ସ୍ଥିତି ଏପରି ହେଲା ଯେ, ଏହି ଛୋଟ ପୁଅକୁ ଦୀର୍ଘ ଦିନ ଧରି ଅନ୍ୟତ୍ର ରଖିବାକୁ ପଡ଼ିଲା। ଗୋଟିଏ ପଟେ କରୋନାର ଭୟାବହତା, ଅନ୍ୟ ପଟେ ଅଲିଅଳ ଶିଶୁପୁତ୍ରଠୁ ଅଲଗା ରହିବା ବହୁତ କଷ୍ଟଦେଇଥିଲା ସମସ୍ତଙ୍କୁ। ବିକଳ୍ପ ବି ନଥିଲା। ତଥାପି, ଦୁଃଖ ଆଉ ଯନ୍ତ୍ରଣାକୁ ମନରେ ଚାପି ପରସ୍ପର, ପରସ୍ପରକୁ ଆଶ୍ୱାସନା ଦେବା ସହ କରୋନାକୁ ହରାଇବା ପାଇଁ ମନକୁ ଟାଣ କରିଥିଲେ। କିଛିଦିନ ପରେ କଠୋର ସମୟ ଅତିକ୍ରାନ୍ତ କରିବା ସହ ଜଣଙ୍କ ପରେ ଜଣେ ସୁସ୍ଥ ହେବାରେ ଲାଗିଲେ।

ମହାମାରୀ ଆସିଛି ସତ, କିନ୍ତୁ ସତର୍କ, ସାବଧାନତା ସହ କୋଭିଡ୍ ନିୟମ ଅନୁପାଳନ କଲେ ଯେକୌଣସି ବ୍ୟକ୍ତି ବର୍ତ୍ତମାନର କଠୋର ସମୟକୁ ଆରାମରେ ଅତିକ୍ରମ କରିପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Corona Latest News
Advertisment
Advertisment