Advertisment

ଜୁନ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ-ବିଜୟ ମହାପାତ୍ର

ଭୁବନେଶ୍ୱର:  ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି।  ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି।  କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।…

ଅଦ୍ୟତନ ହୋଇଛି
ଜୁନ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ-ବିଜୟ ମହାପାତ୍ର

bijaya mohapatra

Advertisment

ଭୁବନେଶ୍ୱର:  ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି।  ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି।  କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ୩୯ ପ୍ରତିଶତ ସାଧାରଣ ବେଡ୍ ବ୍ୟବହାର କରାଯାଉଛି। ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ଅଛି। ୫ରୁ ୬ଟି ଜାଗାରେ ନୂଆ କରି ସିସିସି, ଡିସିଏସସି, ଡିସିଏସ୍ କରାଯାଇଛି। ଏକ୍ସପର୍ଟଙ୍କ ପୂର୍ବାନୁମାନ ଅନୁସାରେ ୩ୟ ଲହରରେ ଶିଶୁ ପ୍ରଭାବିତ ହେବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। କେନ୍ଦ୍ରକୁ ଚିଠି ଲେଖଛନ୍ତି।

ତୃତୀୟ ଲହରିରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କ ପ୍ରକାଶ କରାଯାଉଥିବାରୁ ଏଥିପାଇଁ ଆଗୁଆ  ପ୍ରସ୍ତୁତି କରାଯାଇଥିବା ସେ ସୂଚନା ଦେଇଛନ୍ତି। ୧୮ରୁ ୪୫ ବୟସ ମଧ୍ୟରେ ଦିଆଯାଉଥିବା ଟିକାକୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବା ନେଇ କେନ୍ଦ୍ର ନିଷ୍ପତ୍ତି ନେବ ।

Advertisment

ଅନ୍ୟପକ୍ଷେ ରାଜ୍ୟରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଟିକାକରଣକୁ ଜୋରଦାର କରିଛନ୍ତି।  ବିଏମ୍‌ସି ପକ୍ଷରୁ ଆଜି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଚିହ୍ନଟ ତଥା ପଞ୍ଜିକୃତ ବାସହୀନଙ୍କର ଟୀକାକରଣ କରାଯିବ । ପୂର୍ବରୁ ସହରାଞ୍ଚଳ ବାସହୀନଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏବେ ଲୋକଙ୍କ ନିକଟକୁ ଯାଇ ଦିଆଯିବ ଟିକ। ନୀଳାଦ୍ରିବିହାର ସ୍ଥିତ ସ୍ଥିତ ସହରାଞ୍ଚଳ ବାସହୀନ ଥଇଥାନ କେନ୍ଦ୍ରରେ ହେବ ଟିକାକରଣ କରାଯିବ  ।

ସେହିପରି ବୁଲା ବିକାଳିଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ମଧ୍ୟ କରାଯିବ । ମୋବାଇଲ ଟେଷ୍ଟିଂ ଭ୍ୟାନ୍ ମାଧ୍ୟମରେ କରୋନା ଟେଷ୍ଟ କରାଯିବ।  ବିଏମ୍‌ସି ନର୍ଥ ଜୋନ୍ ଅନ୍ତର୍ଗତ ଗୋପବନ୍ଧୁ ଷ୍ଟାଡିୟମ ନିକଟ ମାଛ ମାର୍କେଟରୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପକ୍ଷେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଦ୍ୱିତୀୟ ଡୋଜ କରୋନା ଟିକାକରଣ ପାଇଁ  ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ  ଆସନ୍ତା ୮ ଓ ୯ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ ଓ ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବ।

ସେହିପରି ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ ଟିକା ନେଇ ଦ୍ୱନ୍ଦ୍ୱ ଦୂର କରିଛି ବିଏମସି।  ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ ଟିକା। ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।

ତେବେ ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସାଢ଼େ ୪ କୋଟି ଓଡ଼ଇାଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି । କୋ- ଓ୍ବିନ୍ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ । ସେଠାରେ  ସମସ୍ତଙ୍କ ଟିକାକରଣ କରିବାକୁ ଦାବି କରିଛି ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ