Advertisment

ଭିଡିଓରେ ଦୁଃଖ କାହାଣୀ କହିଲେ କରୋନା ସଂକ୍ରମିତ ସାମ୍ବାଦିକ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହୋଇ ଟାଙ୍ଗୀ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କଟକର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ସୋସିଆଲ ମିଡିଆରେ ନିଜର ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। କଟକ ସହର ଉପକଣ୍ଠରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକ ହଇରାଣ କରୁଥିବା ଏବଂ ତାଙ୍କ ପରିବାର ଲୋକଙ୍କୁ ଏକ ପ୍ରକାର ବାସନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି। ଭିଡିଓ […]

ଭିଡିଓରେ ଦୁଃଖ କାହାଣୀ କହିଲେ କରୋନା ସଂକ୍ରମିତ ସାମ୍ବାଦିକ

coronaviuruys

Advertisment

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହୋଇ ଟାଙ୍ଗୀ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କଟକର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ସୋସିଆଲ ମିଡିଆରେ ନିଜର ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। କଟକ ସହର ଉପକଣ୍ଠରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକ ହଇରାଣ କରୁଥିବା ଏବଂ ତାଙ୍କ ପରିବାର ଲୋକଙ୍କୁ ଏକ ପ୍ରକାର ବାସନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଓଡ଼ିଶାରେ ଅନେକ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହେଲାଣି। ନିକଟରେ ଜଣେ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି।

Advertisment

କରୋନା ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କରୋନା ଯୋଗୁ ରାଜ୍ୟରେ ବଢୁଥିବା ଘୃଣା ଓ ଦୁର୍ବ୍ୟବହାରକୁ ରୋକିବାକୁ କୌଣସି କଡ଼ା ପଦକ୍ଷେପ ନେଉନଥିବାର ଦେଖାଯାଉଛି। କରୋନା ଯୋଗୁ ଦିନକୁ ଦିନ ଲୋକଙ୍କ ଦୁର୍ବ୍ୟବହାର ବଢୁଥିବା ବେଳେ କୋଭିଡ୍‌ ଯୋଦ୍ଧାମାନେ ନାନା ହଇରାଣ ହରକତ ହେଉଛନ୍ତି। କେଉଁଟି ଗାଁରେ ପଶିବାକୁ ମନା ହେଉଛି ତ ଆଉ କେଉଁଠି ଘର ମାଲିକ ଘରୁ ବାହାର କରିଦେଉଛି। ପୁଣି ଗେଉଁଠି ନିଆଁପାଣି ବାସନ୍ଦ ଖବର ଶୁଣିବାକୁ ମିଳୁଛି। ତେଣୁ କରୋନା ସଂକ୍ରମଣ ସହିତ ଲୋକମାନଙ୍କ ମଧ୍ୟରେ ବ୍ୟାପିଥିବା ଘୃଣା ଓ ଭୟର ସାଦମନ କରିବା ନିହାତି ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ