Advertisment

ଆତ୍ମ ସମର୍ପଣ କଲେ ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ।

author-image
Sarbeswar
ଆତ୍ମ ସମର୍ପଣ କଲେ ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

maoist

ମାଲକାନଗିରି(ଜିତେନ୍ଦ୍ର ବେଉରା): ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ। ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି। ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି କହିଛନ୍ତି। କିଛି ଗାଁରେ ମାଓବାଦୀଙ୍କୁ ଗ୍ରାମବାସୀ ପ୍ରବେଶ କରାଇ ଦେଉନଥିବା ଏସ୍ପି କହିଛନ୍ତି। ଛତିଶଗଡ଼ ମାଓ ସଙ୍ଗଠନରେ କରୋନା ବ୍ୟାପିଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ଲାଲଗଡରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି

Advertisment

ସୀମାନ୍ତ ମାଲକାନଗିରିରେ ସକ୍ରିୟ ମାଓ ସଙ୍ଗଠନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ତେଣୁ ମାଲକାନଗିରି ପୋଲିସ ଏହା ଉପରେ ନଜର ରଖିଥିବା ଏସପି କହିଛନ୍ତି। ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବିଭିନ୍ନ କ୍ୟାମ୍ପରେ ପ୍ରାୟ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଗତକାଲି ସୂଚନା ମିଳିଛି। ତେଣୁ ମାଓ ଶିବିରରେ କୋଭିଡକୁ ନେଇ ଆତଙ୍କ ଖେଳିଯିବା ସହ ଆଉ କିଛି ମାଓବାଦୀ କରୋନା ଭୟରେ ଶିବିର ଛାଡ଼ିଥିବା ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି।

ସେପଟେ,ମାଓ ଅଧ୍ୟୁଷିତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ରକ୍ତମୁଖା ଲାଲ୍ ବାହିନୀ ଜଣେ ଯବାନଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସହିଦ ଯବାନ ଜଣଙ୍କ ହେଉଛନ୍ତି ବେଟି ଭୀମା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାର କାନ୍ଦାପେଣ୍ଟାରେ ଘଟିଛି ଏହି ନୃଶଂସକାଣ୍ଡ। ଖବର ଅନୁସାରେ ଗତକାଲି ରାତିରେ ପ୍ରାୟ ୧୦ରୁ ଅଧିକ ମାଓବାଦୀ ଯବାନଙ୍କୁ ଘରୁ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ସଂପୃକ୍ତ ଯବାନଙ୍କୁ ଉଠାଇ ନେଇ ହତ୍ୟା କରିଥିବା ଜଣାପଡ଼ିଛି।

Advertisment

ତେବେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତା ବଢିଛି। ଆଜି ପୁଣି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି ।

Advertisment
Advertisment