Advertisment

ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି, ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

ବ୍ରହ୍ମପୁର/ଭଞ୍ଜନଗର: ସାରା ଦେଶରେ କରୋନାକୁ ନେଇ ହାହାକାର । ହେଲେ କରୋନାକୁ ମାତ ଦେଇଛି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ। ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର ଏଠି କରୋନା ମୁହଁ ମାରିନି। ପାହାଡ଼ ଜଙ୍ଗଲ ଘେରା…

ଅଦ୍ୟତନ ହୋଇଛି
ଆଦିବାସୀ ହେଲେ ବି ଏମାନେ ସଚେତନ; କରୋନାକୁ ମାତ୍‌ ଦେଇଛନ୍ତି,  ସଂକ୍ରମଣରେ ବ୍ରେକ୍ ଲଗାଇଛନ୍ତି

corona free panchayat

Advertisment

ବ୍ରହ୍ମପୁର/ଭଞ୍ଜନଗର: ସାରା ଦେଶରେ କରୋନାକୁ ନେଇ ହାହାକାର । ହେଲେ କରୋନାକୁ ମାତ ଦେଇଛି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ। ପ୍ରଥମ ଲହର ହେଉ କି ଦ୍ୱିତୀୟ ଲହର ଏଠି କରୋନା ମୁହଁ ମାରିନି। ପାହାଡ଼ ଜଙ୍ଗଲ ଘେରା ଏହି ପଞ୍ଚାୟତରେ ରହୁଥିବା ଲୋକ ଆଦିବାସୀ ହେଲେ ବି କୋଭିଡ ଗାଇଡ ଲାଇନ ମାନୁଛନ୍ତି। ତେଣୁ କରୋନା ଏମାନଙ୍କ ପାଖ ମାଡିନି। ସେପଟେ ସୋରଡ଼ା ବ୍ଲକର ଗାଜଲବାଡି , ଖଜୁରିପଲ୍ଲୀ ଭଳି ୩୦ଟି ଗାଁରେ ଲୋକଙ୍କ ସଚେତନତା ଯୋଗୁଁ ଗାଁ କରୋନା ମୁକ୍ତ ରହିଛି ।

Advertisment

ବଣ ପାହାଡ଼ ଘେରା କୁକୁଡ଼ାଖଣ୍ଡି ବ୍ଲକର କଙ୍କିଆ ପଞ୍ଚାୟତ। କରୋନା କାଳରେ ଏହି ପଞ୍ଚାୟତ ଏ ପର୍ଯ୍ୟନ୍ତ ରଖିପାରିଛି ନିଜର ସ୍ୱତନ୍ତ୍ର ପରିଚୟ । ଗଞ୍ଜାମ ଜିଲ୍ଲାରେ ଏହା ଏବେ କୋରନା ମୁକ୍ତ ପଞ୍ଚାୟତ ଭାବେ ପରିଚିତ । କରୋନାର ପ୍ରଥମ ଲହର ହେଉ କିମ୍ବା ଦ୍ୱିତୀୟ ଲହର ଏଠି କିନ୍ତୁ ପାଦ ପଡିନି ।  କାରଣ, ନିରିହ ହେଲେବି ଏଠାକାର ବାସିନ୍ଦା ସଚେତନ। ଜିଲ୍ଲା ପ୍ରଶାସନର ଗାଇଡ ଲାଇନକୁ ମାନିବା ସହ ବାହାରକୁ ଗଲେ ମାସ୍କ ବ୍ୟବହାର କରୁଛନ୍ତି ଏଠାକାର ବାସିନ୍ଦା। କାମ କରିବାକୁ ଗଲେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରୁଛନ୍ତି। ପଞ୍ଚାୟତର ଅଙ୍ଗନବାଡି କର୍ମୀ ମମତା ପ୍ରିୟଦର୍ଶିନୀ କହନ୍ତି, ‘ଆମ ପଞ୍ଚାୟତ ଏ ପର୍ଯ୍ୟନ୍ତ କରୋନା ମୁକ୍ତ ଗାଁ ରହିଛି। ଲୋକଙ୍କୁ କରୋନା ମୁକ୍ତ କରିବା ପାଇଁ ଆମେ ସେବା ଯୋଗାଉଛୁ, ଯୋଗାଉଥିବା । କିନ୍ତୁ ଖୁସି ଲାଗେ, ଏଠି ଲୋକଙ୍କୁ ସଚେତନତା ପାଇଁ ଯାହା କହିଲେ, ସମସ୍ତେ ଅକ୍ଷରେ ଅକ୍ଷରେ ତାହା ମାନୁଛନ୍ତି।

ଆହୁରି ପଢନ୍ତୁ : କରୋନା ଟିକା ନାଁ ଶୁଣିଲେ ଘରେ ପଡ଼ୁଛି ତାଟିକବାଟ

ଏହି ଜିଲ୍ଲାର ସୋରଡ଼ା ବ୍ଲକର ଉପାନ୍ତ ଇଲାକା ହେଲା ଗାଜଲବାଡ଼ି ପଞ୍ଚାୟତ। ୩୦ଟି ଗାଁକୁ ନେଇ ରହିଥିବା ଏହି ପଞ୍ଚାୟତର  ଲୋକ ବି ଆଦିବାସୀ ସଂପ୍ରଦାୟର।  କରୋନାକୁ ନେଇ ସହରାଞ୍ଚଳର ଅମାନିଆଙ୍କ ଠାରୁ ଏମାନେ ଯଥେଷ୍ଟ ସଚେତନ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ବାହାରୁ ଆସିଲେ ହାତକୁ ସାବୁନରେ ହାତ ଧୋଇଥାନ୍ତି ଏମାନେ । ଲକଡାଉନରେ ଜରୁରୀ କାମ ନଥିଲେ ଏଠାକାର ବାସିନ୍ଦା ଗାଁ  ଛାଡ଼ି ଯାଆନ୍ତିନି । ଏମିତିକି କେହି ବାହାରୁ ଆସିଲେ ତାକୁ ସଙ୍ଗରୋଧରେ ରହିବାକୁ ପଞ୍ଚାତବାସୀ ପରାମର୍ଶ ଦେଇଥାନ୍ତି।
ପାହାଡ଼ିଆ ଉପାନ୍ତ ଅଞ୍ଚଳର ଆଦିବାସୀ ଏମାନେ।  ହେଲେ କରୋନାର ଭୟାବହତାକୁ ନେଇ ବେଶ ସଚେତନ । ସଂକ୍ରମଣକୁ ବ୍ରେକ୍ ଦେବାରେ ଏମାନଙ୍କ ଉଦାହରଣ ସମାଜ ପାଇଁ ଏକ ଅନନ୍ୟ ବର୍ତ୍ତାଦିଏ।
 ବ୍ରହ୍ମପୁରରୁ ଜଗନ୍ନାଥ ସାହୁ ଓ ଭଞ୍ଜନଗରରୁ ରାଜେଶ ପଣ୍ଡା 

Advertisment
Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ