corona=1
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ବି ଆଗରେ ରହିଛି। ଆଜି ଏଠାରେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପଛରେ ରହିଛି କଟକ । କଟକରେ ଆଜି ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସମ୍ବଲପୁର ଓ ଗଞ୍ଜାମରେ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ବରଗଡ, ଜଗତ୍ସିଂହପୁର, ଝାରସୁଗୁଡା, ପୁରୀ, ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ୭୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona1-1_1625098952.jpg)