Advertisment

ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୪୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ମେ’ ୩୧ ତାରିଖରେ ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଜୁନ୍ ୧ ତାରିଖ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୨ ତାରିଖ ୪୨ ଜଣ…

ଅଦ୍ୟତନ ହୋଇଛି
ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୪୨ କରୋନା ରୋଗୀ

corona patient

Advertisment

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ମେ’ ୩୧ ତାରିଖରେ ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେଜୁନ୍ ୧ ତାରିଖ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୨ ତାରିଖ ୪୨ ଜଣ କରୋନା ରୋଗୀ ଆଖି ବୁଜିଥିବା ଆଜି ସରକାରୀ ଭାବେ  କୁହାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ଖୋର୍ଦ୍ଧାରୁ ୩ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଦେବଗଡ଼, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ବରଗଡ଼, ଭଦ୍ରକ, ଗଞ୍ଜାମ, ପୁରୀରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ  ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି।

ସୂଚନାଥାଉ କି, ରାଜ୍ୟରେ ସଂକ୍ରମଣ ସଂଖ୍ୟା ମଧ୍ୟ କମୁନାହିଁ। ଗତ କିଛି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଉପରେ ରହିଛି। ଆଜି ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି  ୮,୮୩୯ ରୋଗୀ। ଏଥିମଧ୍ୟରୁ ୪,୯୪୮ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛନ୍ତି ୩,୮୯୧। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Advertisment

ଜୁନ୧ ତାରିଖରେ ୮୩୯୯ କରୋନା ସଂକ୍ରମିତ ବାହାରିଥିବାବେଳେ  ମେ’ ୩୧ରେ ୮,୭୩୫ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ମେ’ ୩୦ରେ ୮,୩୧୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ସୂଚନାଥାଉ କି ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଦେଇ କହିଥିଲେ, ରାଜ୍ୟରେ କରୋନା ସ୍ଥିତି ସୁଧୁରୁଛି  । ସଂକ୍ରମଣ ହାର ଖସୁଛି ।  ରାଜ୍ୟରେ ସଂକ୍ରମଣ ମାମଲା ଏବେ ଦିନକୁ ଦିନ କମିବାରେ ଲାଗିଛି । ଆଗକୁ ଆହୁରି କମିବ । ପିକ୍ ସମୟ ଅତିକ୍ରମ କରିସାରିଛି, ସଂକ୍ରମଣ ତଳମୁହାଁ ହେଉଛି । ଏହାସହ ସେ ଆହୁରି ଆହୁରି କହିଥିଲେ, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ଅନ୍ୟ ରାଜ୍ୟ ତୁଳନାରେ ଆମର ମୃତ୍ୟୁସଂଖ୍ୟା କମ୍ ରହିଛି।

Advertisment
Odisha Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ