Advertisment

୭ ରୁ ୮ ଦିନ ମଧ୍ୟରେ ରାଜ୍ୟରେ କମିବ ସଂକ୍ରମଣ

ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମିବା ସହ ଟେଷ୍ଟ ପଜିଟିଭିଟି ହାର ବି ଖସୁଛି। ଆଉ ୭ ରୁ ୮ ଦିନ ଭିତରେ ଏକ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
୭ ରୁ ୮ ଦିନ ମଧ୍ୟରେ ରାଜ୍ୟରେ କମିବ ସଂକ୍ରମଣ

corona

ଭୁବନେଶ୍ୱର: ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମିବା ସହ ଟେଷ୍ଟ ପଜିଟିଭିଟି ହାର ବି ଖସୁଛି। ଆଉ ୭ ରୁ ୮ ଦିନ ଭିତରେ ଏକ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି। ଏପରିକି ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଆସିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରାଜ୍ୟରେ ଗତକାଲି ଅପେକ୍ଷା ଆଜି କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଦେଖାଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ହଜାର ୮୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟରେ ଟେଷ୍ଟ କରାଯାଇଥିବା ୬୮ ହଜାର ୮୯୬ ସାମ୍ପଲ୍ ମଧ୍ୟରୁ ପଜିଟିଭିଟି ହାର ୮ ଦଶମିକ ୫୫ ପ୍ରତିଶତ ରହିଛି।

Advertisment

ସେପଟେ କିନ୍ତୁ ରାଜ୍ୟରେ କରୋନାରେ ଆଜି ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ଜୀବନ ନେଇଛି କରୋନା। ଏପଟେ ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ଥିବା କୋଭିଡ଼ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ସହ ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍ ଏବଂ ୭ଟି ମେଡିକାଲ କଲେଜରେ ୬୪ NICU ସହ ମୋଟ ୧୫୫ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ICU ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫% ବେଡ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ମହଜୁଦ ରଖିବାକୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର କୋଭିଡ଼ ବ୍ଲକ ପ୍ରସ୍ତୁତ କରିବାକୁ କଟକ ଶିଶୁଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ACS।

ସେପଟେ, ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ  ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜ୍ୟରେ ଆଜି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।

Advertisment

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଟୀକାକରଣରେ ଦ୍ୱିତୀୟ ଡୋଜକୁ ଗୁରୁତ୍ୱ ଦିଆଯାଉଛି । ୧୮ ରୁ ୪୪ ବର୍ଷର ଯେଉଁମାନେ ପ୍ରଥମ ଡୋଜ ନେଇ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଯେତେ ଟିକା ରାଜ୍ୟକୁ ମିଳିବ ସେହି ଅନୁସାରେ ପ୍ଲାନ କରାଯାଉଛି ।  ମେଡ଼ିସିନ ପାଇଁ ଜାତୀୟ ଟାସ୍କ ଫୋର୍ସ ଯାହା ଅନୁମୋଦନ କରୁଛନ୍ତି, ତାହା ବ୍ୟବହାର କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କହିଛନ୍ତି।

Corona Cases In Odisha
Advertisment
Advertisment