/odishatv-khabar/media/post_attachments/uploadimage/library/16_9/16_9_0/coronavirus-2_1623997172.jpg)
coronavirus
ଯାଜପୁର(ଗୁଲାମ ଗସ୍): ରାଜ୍ୟରେ କରୋନା ଗ୍ରାଫ୍ କମୁଥିବା ବେଳେ ଯାଜପୁର ଜିଲାରେ କମୁନାହିଁ କରୋନା ସଂକ୍ରମଣ । ଗତକାଲି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୭ ଥିବା ବେଳେ ଆଜି ଜିଲାରେ ୩୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲାରେ ମୋଟ ୪ହଜାର ୪୭ଟି ଆକ୍ଟିଭ କେସ ରହିଥିବା ବେଳେ ବର୍ତମାନ ସୁଦ୍ଧା ମୋଟ ୩୮ ଜଣ ପ୍ରାଣ ହରାଇ ସାରିଲେଣି। ଜିଲାରେ ପ୍ରତିଦିନ ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ରୋଗୀ ମାନଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଉଛି କିନ୍ତୁ ଜିଲାରେ କେବେ ସ୍ଥିତି ସ୍ୱାଭାବିକ ହେବ ସେନେଇ ସମସ୍ତଙ୍କ ଚିନ୍ତା ରହିଛି।
କଟକଣାକୁ ବ୍ୟାପକ କରିବା ସହିତ ଟେଷ୍ଟିଂ ବଢାଇବାକୁ ସାଧାରଣରେ ଦାବି ହୋଇଛି । ତେବେ ଜିଲାରେ ହୋଇଥିବା ସଂକ୍ରମଣ ହାର ଦିନକୁ ଦିନ କମିବାରେ ଲାଗିଛି । ପ୍ଲାଟୋ ସ୍ତରକୁ ଆସିବା ପରେ ଏବେ ସଂକ୍ରମଣ ନିମ୍ନଗାମୀ ରହିଥିବା ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି । ଜିଲାରେ ରହିଥିବା କୋଭିଡ ହସ୍ପିଟାଲ ଗୁଡିକରେ ବେଡ ଖାଲି ରହିଛି । ଆଗାମୀ ୧୫ ଦିନ ଭିତରେ ପରିସ୍ଥିତି ସଂପୁର୍ଣ୍ଣ ନିୟନ୍ତ୍ରଣରେ ରହିବ ବୋଲି ଜିଲାପାଳ ଚକ୍ରବର୍ତି ସିଂ ରାଠୋର ସୂଚନା ଦେଇଛନ୍ତି ।
ସେପଟେ, ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ ରେ ପହଞ୍ଚିଛି। ଆକ୍ଟିଭ କେସ- ୫୧୧୦୪ ରହିଥିବାବେଳେ ୮,୦୪,୯୮୧ ସୁସ୍ଥ ହେଲେଣି। ୨୪ ଘଣ୍ଟାରେ ୫୬ ହଜାର ୮୦୭ଟି ସାମ୍ପଲ ଟେଷ୍ଟ କରାଯାଇଛି। ପଜିଟିଭିଟି ରେଟ୍ ୬ ପ୍ରତିଶତ(୫.୯%) ତଳକୁ ଖସିଛି।
ଅନୁଗୁଳ- ୧୮୩, ବାଲେଶ୍ୱର- ୨୯୬, ବରଗଡ଼- ୬୬, ଭଦ୍ରକ- ୧୭୯, ବଲାଙ୍ଗିର- ୧୮, ବୌଦ୍ଧ- ୫୯, କଟକ- ୨୩୦, ଦେବଗଡ଼- ୨୩, ଢେଙ୍କାନାଳ- ୫୪, ଗଜପତି- ୫୮, ଗଂଜାମ- ୩୬, ଜଗତସିଂହପୁର- ୧୨୯, ଯାଜପୁର- ୩୯୧, ଝାରସୁଗୁଡ଼ା- ୯, କଳାହାଣ୍ଡି- ୫୪, କନ୍ଧମାଳ- ୫୫, କେନ୍ଦ୍ରାପଡ଼ା- ୭୩, କେନ୍ଦୁଝର- ୮୯, ଖୋର୍ଦ୍ଧା-୫୦୦, କୋରାପୁଟ- ୬୩, ମାଲକାନଗିରି- ୭୨, ମୟୂରଭଂଜ- ୧୮୭, ନବରଙ୍ଗପୁର- ୮୩, ନୟାଗଡ଼- ୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
ତେବେ ମୋଟ୍ ଉପରେ କହିବାକୁ ଗଲେ, ଯାଜପୁର ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ସ୍ଥିତି କେବେ ସ୍ୱାଭାବିକ ହେବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)