ratha
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଏବେ ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ଦେଖାଦେଇଛି ବିବାଦ। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ରଥରେ ଏପରି ଚିତ୍ର ରହିବା ପୂର୍ବରୁ ସେ କେବେ ଦେଖି ନାହାନ୍ତି। ଏଠି କହିରଖିବୁ, ନରବିରାଳ ଚିତ୍ରରେ ଗୋଡ଼ହାତ ସବୁ ପଶୁ, ମୁହଁ ମଣିଷ ପରି ହୋଇଛି । ନରବିରାଳ ଆଉ କେଉଁଠି ରହିପାରେ। କିନ୍ତୁ ରଥରେ ଲାଗିବା ପିଲାଟି ଦିନରୁ ଦେଖିନାହାନ୍ତି ବୋଲି କହିଛନ୍ତି ମୁଖ୍ୟ ମହାରଣା ।
ତେବେ ଚିତ୍ରକରମାନେ କିଭଳି ଭାବେ ରଥରେ ଏହା କଲେ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଚିତ୍ରକର ସେବକ ରାଜେନ୍ଦ୍ର ମହାପାତ୍ର । ପ୍ରତିବର୍ଷ ରଥରେ ଏଭଳି ଚିତ୍ର ଅଙ୍କନ କରାଯାଉଛି। ତିନି ରଥରେ ପଟାଗୁଜରେ ସିଂହବିରାଳ, ନରବିରାଳ, ଗଜବିରାଳ ରୂପ ହେଉଛି। ଯଦି ସନ୍ଦେହ ହେଉଛି ତେବେ ପ୍ରତ୍ୟେକ ବର୍ଷର ଚିତ୍ରକୁ ଯାଞ୍ଚ କରନ୍ତୁ ବୋଲ ଚିତ୍ରକାର ସେବକ କହିଛନ୍ତି ।
ଅନ୍ୟରଟେ ନରବିରାଳ ଚିତ୍ରକୁ ନେଇ ବିବାଦ ଉପୁଜିବା ପରେ ଉନ୍ନୟନ ପ୍ରଶାସକ ରଥଖଳାକୁ ଆସି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ଓ ଚିତ୍ରକର ସେବକଙ୍କ ସହ ଆଲୋଚନା କରିଛନ୍ତି ।
ନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ମୁଁ ଏପରି ଚିତ୍ର ରଥରେ ହେବା ଦେଖିନି। ଏପରିକି ମୋ ପୂର୍ବରୁ କରୁଥିବା କାର୍ତ୍ତିକ ଭୋଇ ବି କହିଛନ୍ତି ସେ ଏପରି ଚତ୍ର ହେବା ଦେଖି ନାହାନ୍ତି। ଯାହା ବି ହେଉ, ଏବର୍ଷ ନୂଆ ପରମ୍ପରା କରିଛନ୍ତି।ଗତକାଲି ଏହା ମୋ ନଜରକୁ ଆସିଲା। ନରବିରାଳ ଥାଇପାରେ। କିନ୍ତୁ ରଥରେ ଏହା ଲାଗେନି ବୋଲି କହିଛନ୍ତି ବିଜୟ ମହାପାତ୍ର।
ଚିତ୍ରକର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ନରବିରା ହେଉଛି। ମନ୍ଦିରରେ ସିଂହବିରାଳ, ନରବିରାଳ, ଗଜବିରାଳ ଚିତ୍ର ଅଛି। ତିନି ରଥରେ ଏହା ରହିଛି। ମୋ କକା ନରବିରାଳ ଆଙ୍କଥିଲେ, ତେଣୁ ମୁଁ କରୁଛି। କାହା ନଜରରେଏହା ଆସୁଛି, କାହା ନଜରରେ ଆସୁନି। ତେବେ ଏହାକୁ ନେଇ ବିବାଦ ସୃଷ୍ଟି ନ କରି ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଭଲରେ ହେବ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ratha_1625489109.jpg)