Advertisment

PEO Death Case: ବଢୁଛି ପିଇଓ ମୃତ୍ୟୁ ବିବାଦ, ଅଭିଯୋଗରେ ଥିଲା କି ସତ୍ୟତା? ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକ

ବଢୁଛି ପିଇଓ ଦଣ୍ଡପାଣି ପାତ୍ର ମୃତ୍ୟୁ ବିବାଦ। ଅତିରିକ୍ତ ମହିଳା ତହସିଲଦାରଙ୍କ ଅଭିଯୋଗରେ ଥିଲା କି ସତ୍ୟତା? ବାସ୍ତବରେ ମୃତ ପିଇଓଙ୍କ ଦୋଷ ଥିଲା କି? ଦଣ୍ଡପାଣିଙ୍କ ସପକ୍ଷରେ ସ୍ଥାନୀୟ ଲୋକ।

PEO Death Case

PEO Death Case Photograph: (OTV)

Advertisment

ବଢୁଛି ଗଞ୍ଜାମ ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ପିଇଓ ମୃତ୍ୟୁ ବିବାଦ। କାହିଁକି ବିଷ ପିଇ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଲେ ପିଇଓ ଦଣ୍ଡପାଣି ପାତ୍ର? ଅତିରିକ୍ତ ମହିଳା ତହସିଲଦାରଙ୍କ ଅଭିଯୋଗରେ ଥିଲା କି ସତ୍ୟତା? ପ୍ରକୃତରେ ମୃତ ପିଇଓଙ୍କ ଦୋଷ ଥିଲା ନା ଲୋକଲଜ୍ଜା ଭୟରେ ବିଷ ପିଇବାକୁ ବାଧ୍ୟହେଲେ ? ୧୩ ଦିନ ଧରି ମେଡିକାଲରେ ସଂଘର୍ଷ କରି ଜୀବନ ହାରିବା ପରେ ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁକୁ ନେଇ ଉଠିଛି ନାନା ପ୍ରଶ୍ନ। 

Advertisment

ସୂଚନା ଅନୁସାରେ, ମୃତ ଦଣ୍ଡପାଣି ଅଶାଳୀନ ବ୍ୟବହାର କରିଥିବା ନେଇ ଇଣ୍ଟରନାଲ୍ କମିଟି ଓ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ଚିକିଟି ବ୍ଲକ୍ ଅତିରିକ୍ତ ମହିଳା ତହସିଲଦାର। ଏହାପରେ ପିଇଓ ଦଣ୍ଡପାଣି ପାତ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଅଭିଯୋଗକାରିଣୀଙ୍କ ଅଭିଯୋଗରେ କେତେ ସତ୍ୟତା ଥିଲା ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ। 

ଦଣ୍ଡପାଣିଙ୍କ ବିରୋଧରେ ମିଛ ଅଭିଯୋଗ ଆସିବା କହିବା ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସେପଟେ ସଂପୃକ୍ତ ଅତିରିକ୍ତ ମହିଳା ତହସିଲଦାର ଅଶାଳୀନ ବ୍ୟବହାର ଅଭିଯୋଗକୁ ଦୋହରାଇବା ସହିତ ଆଇନ ଅନୁଯାୟୀ ପଦକ୍ଷେପ ନେଇଥିବା କହିଛନ୍ତି। ଅନ୍ୟପଟେ ଥାନାରେ ମୃତ ଦଣ୍ଡପାଣିଙ୍କ ପତ୍ନୀଙ୍କ ଅଭିଯୋଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ବିଭିନ୍ନ ଦିଗରୁ ଘଟଣାର ଛାନଭିନ କରାଯାଉଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

Advertisment

Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ