Advertisment

Pranab Balabantray’s Farmhouse Under Land Survey: ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ

ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ। ଧର୍ମଶାଳା ତହସିଲ ପକ୍ଷରୁ ପନ୍ତୁରି ଫାର୍ମ ହାଉସ୍ ରେ ମାପଚୁପ। ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀଠାରେ ରହିଛି ବିବାଦୀୟ ଫାର୍ମ। ସରକାରୀ ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ରହିଛି।

author-image
Pramod Behera
Pranab Balabantray’s Farmhouse Under Land Survey

ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ Photograph: (OTV)

ଯାଜପୁର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ। ଧର୍ମଶାଳା ତହସିଲ ପକ୍ଷରୁ ଆଜି ପନ୍ତୁରି ଫାର୍ମ ହାଉସରେ ମାପଚୁପ କରାଯାଉଛି। ୩ ଜଣ ଅମିନ ଓ ୩ ଜଣ ଆରଆଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାରୀ ଜମି ଜବରଦଖଲ କରି ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଅଧିନ ପନ୍ତୁରୀ ଠାରେ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। 

Advertisment

ଅଭିଯୋଗ ପରେ ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବ ବଳବନ୍ତ୍ ରାୟଙ୍କୁ ଏକ ନୋଟିସ ପ୍ରଦାନ କରାଯାଇଥିଲା I ପକ୍ଷ ରଖିବାକୁ ତହସିଲଦାର ନୋଟିସ ଦେଇଥିଲେ। କିଛିଦିନ ପରେ ରାତିରେ ନିଜ ଫାର୍ମହାଉସରେ ଥିବା ଘରର ଛାତ ଖୋଲି ନେଇଯାଇଥିବା ଦେଖିବାକୁ ମିଳିଥିଲା I ଫାର୍ମହାଉସରେ ରଖାଯାଇଥିବା କିଛି ଛେଳିଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା I 

ଏହି ଫାର୍ମ ହାଉସ ଖାତା ନଂ ୩୩୬, ପ୍ଲଟ ନଂ ୧ହଜାର ୧୧୮ରେ ମୋଟ ୩୧.୬୦ ଏକର ପର୍ବତ କିସମର ରହିଛି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ସରକାରୀ ଜମିକୁ ଜବରଦଖଲ କରି ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସ ପାଚେରି ନିର୍ମାଣ କରିଥିବା ଅଭିଯୋଗ ହୋଇଛି।ଏପଟେ ଯଦି ଫାର୍ମ ହାଉସ ନିଜ ଜମିରେ କରିଛନ୍ତି ତେବେ ରାତି ଅଧିଆ ଫାର୍ମ ହାଉସରେ ଥିବା ଘରର ଛାତ କିଏ ଭାଙ୍ଗି କାହିଁକି ନେଇଗଲେ ବୋଲି ଚର୍ଚ୍ଚା ଜୋର ଧରିଛି। 

Advertisment

  • ପ୍ରଣବଙ୍କ ଫାର୍ମ ହାଉସ୍ ମାପଚୁପ
  • ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ
  • ଧର୍ମଶାଳା ତହସିଲ ପକ୍ଷରୁ ପନ୍ତୁରି ଫାର୍ମ ହାଉସ୍ ରେ ମାପଚୁପ
  • ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀଠାରେ ରହିଛି ବିବାଦୀୟ ଫାର୍ମ
  • ସରକାରୀ ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ରହିଛି
  • ତହସିଲ ପକ୍ଷରୁ ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ ଦିଆଯାଇଥିଲା
  • ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ
Odisha News Odisha Politics Controversy
Advertisment
Advertisment