Contractor-Engineer Face-Off Photograph: (OTV)
ବଲାଙ୍ଗିର ପୂର୍ତ୍ତ ବିଭାରେ କର୍ମଚାରୀ ଠିକାଦାର ମୁହାଁମୁହିଁ ଘଟଣା। ଟାଉନଥାନାରେ ପହଞ୍ଚିଲା ମାମଲା। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି | ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ବଲାଙ୍ଗିର ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ରାଜ ଚାଲିଥିବା ଅଭିଯୋଗ କରିଛନ୍ତି ଠିକାଦାର।
କଥା କଥାରେ ଠିକାଦାରଙ୍କୁ ଧମକ ଚମକ ସହ ଗାଳିଗୁଲଜ କରାଯାଉଛି | ବାହାର ଠିକାଦାରଙ୍କୁ ପୂର୍ତ୍ତ ବିଭାଗର ଅଧିକାରୀ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠିକାଦାର | ଘଟଣାକୁ ନେଇ ପୂର୍ତ୍ତ ବିଭାଗ ଅଫିସ ଭିତରେ ଯନ୍ତ୍ରୀ ଠିକାଦାର ମଧ୍ୟରେ ତୁତୁ ମେମେ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/contractor-engineer-face-off-2026-02-22-10-57-41.jpg)