Pitabas Murder Case Photograph: (OTV)
ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏବେ ବି ଛାନଭିନ୍ ଚଳାଇଛି ବ୍ରହ୍ମପୁର ପୋଲିସ। ମାମଲାରେ ଆଉ ୩ ଅଭିଯୁକ୍ତ ଏ ଯାଏଁ ଫେରାର ଅଛନ୍ତି। ସେମାନେ ହେଲେ କୁରୁପତି ଭୂୟାଁ, ଉମା ବିଷୋୟୀ ଏବଂ ସୁଦର୍ଶନ ଜେନା। ତେଣୁ ସେମାନଙ୍କୁ ବି ସ୍କାନରରେ ରଖିଛି ବ୍ରହ୍ମପୁର ପୋଲିସ।
ସେପଟେ ଘଟଣାରେ ଆଉ କିଛି କର୍ପୋରେଟର ଓ ଅନ୍ୟ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରୁଛି। ଏପଟେ ମାମଲାରେ ବିକ୍ରମ ପଣ୍ଡାଙ୍କ ସହଯୋଗୀ କୁହାଯାଉଥିବା ସୁନୀଲ ହୋତାକୁ କୋରାପୁଟ ଜୟପୁରରୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ। ସୁନୀଲ ତା ଫାର୍ମ ହାଉସରେ ସାର୍ପ ସୁଟର କୁରୁପତି ଭୂୟାଁକୁ ଆଶ୍ରୟ ଦେଇଥିବା ଅଭିଯୋଗ ରହିଛି।
ଏପଟେ ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ସହଜରେ ଗ୍ରହଣ କରିପାରୁନି ବିଜେଡି। ତେଣୁ ଏହାର ପ୍ରତିବାଦରେ ଆଜି ବି ବ୍ରହ୍ମପୁର ଏସପି ଅଫିସ ଘେରାଉ କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିଜେପି ପକ୍ଷରୁ ଆଜି ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀ କରାଯିବ କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/pitabas-murder-case-2025-10-23-09-42-10.jpg)