Advertisment

ଗରିବ ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳରେ ଲଜ୍‌ ମାଲିକଙ୍କୁ ଥଇଥାନ୍ କରିବେ ରାଜ୍ୟ ସରକାର

ପୁରୀ : ଦୂରଦୂରାନ୍ତରୁ ଆସୁଥିବା ଗରିବ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସାହା ଭରସା ଥିଲା ପୁରୀ ବଡ଼ ଦାଣ୍ଡର “ବଗଲା ଧର୍ମଶାଳା”। ହେଲେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ଯାଗାରେ ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ବ୍ୟୟରେ ନୂଆ ଧର୍ମଶାଳା ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏବେ କିନ୍ତୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳ ପରିବର୍ତ୍ତେ ‘ବଗଲା ଧର୍ମଶାଳା’ ଜମିକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ […]

ଗରିବ ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳରେ ଲଜ୍‌ ମାଲିକଙ୍କୁ ଥଇଥାନ୍ କରିବେ ରାଜ୍ୟ ସରକାର

india

Advertisment

ପୁରୀ : ଦୂରଦୂରାନ୍ତରୁ ଆସୁଥିବା ଗରିବ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସାହା ଭରସା ଥିଲା ପୁରୀ ବଡ଼ ଦାଣ୍ଡର “ବଗଲା ଧର୍ମଶାଳା”। ହେଲେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ଯାଗାରେ ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ବ୍ୟୟରେ ନୂଆ ଧର୍ମଶାଳା ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏବେ କିନ୍ତୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳ ପରିବର୍ତ୍ତେ ‘ବଗଲା ଧର୍ମଶାଳା’ ଜମିକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ ପାଇଁ ନିଷ୍ପତି ହୋଇଛି।

Advertisment

ଶ୍ରୀକ୍ଷେତ୍ରକୁ ଆସୁଥିବା ଗରିବ ତୀର୍ଥ ଯାତ୍ରୀଙ୍କ ରହଣୀ ପାଇଁ ୭୦ ବର୍ଷ ତଳେ ସେଠ୍‌ କହ୍ନେୟାଲାଲ ପ୍ରତିଷ୍ଠା କରିଥିଲେ ‘ବଗଲା ଧର୍ମଶାଳା’। ପରବର୍ତ୍ତୀ ସମୟରେ ୨ ଏକର ୫୭୪ ଡିସିମିଲ୍‌ ଜମିରେ ନିର୍ମାଣ ହୋଇଥିବା ଏହି ଧର୍ମଶାଳାର ପରିଚାଳନା ଭାର ଜିଲ୍ଲା ପ୍ରଶାସନ ହାତକୁ ଆସିଥିଲା। ତେବେ ବିପଦ ସଙ୍କୁଳ ଦର୍ଶାଇ ଗତବର୍ଷ ଏହି ଧର୍ମଶାଳାକୁ ଭାଙ୍ଗି ଦିଆଯାଇଥିଲା। ସେହି ଜାଗାରେ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ତିଆରି ହୋଇଥାନ୍ତା ନୂଆ ଧର୍ମଶାଳା। ହେଲେ ଏବେ ସାମ୍ନାକୁ ଆସିଛି, ଏହି ଐତିହାସିକ ଧର୍ମଶାଳା ଭଙ୍ଗାଯିବା ପଛର ଅସଲ ରହସ୍ୟ। ଆଉ ସେହି ରହସ୍ୟଟି ହେଲା, ଚଞ୍ଚକତା କରି ‘ବଗଲା ଧର୍ମଶାଳା’କୁ ପ୍ଲଟିଂ କରି ବିକି ଦେବା। ଏଥିପାଇଁ ପ୍ଲାନ୍‌ ଓ ମ୍ୟାପ୍‌ ରେଡି। ପୂରା ‘ବଗଲା ଧର୍ମଶାଳା’ ଥିବା ଜାଗାକୁ କରାଯାଇଛି ୨୮ଟି ପ୍ଲଟ୍‌। ଲେ-ଆଉଟ୍‌ ପ୍ଲାନ୍‌ ଆପ୍ରୁଭାଲ୍‌ ପାଇଁ ପୁରୀ-କୋଣାର୍କ ଡେଭଲପ୍‌ମେଣ୍ଟ ଅଥରିଟି(ପିକେଡିଏ)କୁ ଆବେଦନ କରିଛି ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍‌ସନ୍‌। ତା’ପୁଣି ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ଦିଆଯିବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁଠାରେ କେନ୍ଦ୍ରର ‘ପ୍ରସାଦ ଯୋଜନା’ରେ ୨୧ କୋଟି ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇଯାଇଥିଲା, ତାକୁ ବନ୍ଦ କରି ସେଠି ପୁଣି ପ୍ଲଟିଂ କରି ବିକାଯିବା ପଛର ଅଭିସନ୍ଧି କଣ?

ସେଠ୍‌ କହ୍ନେୟାଲାଲ ପ୍ରତିଷ୍ଠା କରିଥିଲେ ‘ବଗଲା ଧର୍ମଶାଳା’। ପରବର୍ତ୍ତୀ ସମୟରେ ଏହାର ପରିଚାଳନା ଭାର ଯାଇଥିଲା ଜିଲ୍ଲା ପ୍ରଶାସନ ହାତକୁ। କିନ୍ତୁ ମାଲିକାନା ନୁହେଁ। ହେଲେ ଏବେ ସଂପୃକ୍ତ ଜମିର ମାଲିକାନା ବଦଳାଇବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି। ଏପରିକି ବିହାର ଓଡ଼ିଶା ପ୍ଲେସ୍‌ ଅଫ୍‌ ପିଲିଗ୍ରିମ୍ ଆକ୍ଟକୁ ଉଠାଇ ପ୍ରଥମେ ଏହାର ମାଲିକାନାକୁ ମ୍ୟୁନିସିପାଲଟି ଓ ପରେ ରାଜସ୍ୱ ବିଭାଗ ଅଧିନକୁ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ହସ୍ତାନ୍ତରକୁ ବିରୋଧ କରି ଲୋକେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସଜବାଜ ହେଉଛନ୍ତି। କିନ୍ତୁ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ କହିଛନ୍ତି, ମନ୍ଦିର ନିକଟରୁ ବିସ୍ଥାପିତଙ୍କୁ ଏହି ସ୍ଥାନରେ ଥଇଥାନ ପାଇଁ ଏଭଳି ଯୋଜନା ହୋଇଛି।

Advertisment

ପୁରୀ ଭଳି ଏକ ତୀର୍ଥସ୍ଥାନରେ ଗରିବ ଯାତ୍ରୀଙ୍କ ଅସ୍ଥାୟୀ ରହଣୀ ପାଇଁ ଧର୍ମଶାଳାର ସୁରକ୍ଷା ଓ ପରିଚାଳନା ସରକାରଙ୍କ କର୍ତ୍ତବ୍ୟ ହୋଇଥିଲା ବେଳେ ଏହାକୁ ପ୍ଲଟିଂ କରି ବିକିବା ଯୋଜନାକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ