Advertisment

ଟିକେଟ୍‌ ବଣ୍ଟନକୁ ନେଇ ଜଳେଶ୍ୱର କଂଗ୍ରେସରେ ଅସନ୍ତୋଷ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ୍ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ପୁରୁଣା କଂଗ୍ରେସ କର୍ମୀ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା […]

ଟିକେଟ୍‌ ବଣ୍ଟନକୁ ନେଇ ଜଳେଶ୍ୱର କଂଗ୍ରେସରେ ଅସନ୍ତୋଷ

congress

Advertisment

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ୍ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ପୁରୁଣା କଂଗ୍ରେସ କର୍ମୀ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Advertisment

ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା କଂଗ୍ରେସ କର୍ମୀମାନଙ୍କୁ ନେଇ ଆଶାୟୀ ପ୍ରାର୍ଥୀ ତପନ ଦାସ ଏବଂ ମଧୁସୂଦନ ଦାସ ମେଳି କରିଛନ୍ତି।

ଏମାନେ କୌଣସି ପରିସ୍ଥିତିରେ ବି ସୁଦର୍ଶନ ଦାସଙ୍କୁ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି। ଯଦି ଟିକେଟ୍‌ ବଣ୍ଟନର ପୁନର୍ବିଚାର କରା ନଯାଏ ଦରକାର ପଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ବୋଲି କଂଗ୍ରେସ ନେତା ମଧୁସୂଦନ ଦାସ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ