congress
ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଜେଡି ସରକାର ବିଫଳ ହୋଇଛି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛି କଂଗ୍ରେସ।
ରାଜ୍ୟରେ ୬ହଜାର୫୩୬ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ସେଥିରୁ ୩ହଜାର୧୧୯ ଡାକ୍ତର ପଦବୀ ଖାଲି ପଡ଼ିଛି। ନର୍ସ ଓ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡ଼ିଛି। ସାଢ଼େ୪ କୋଟି ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ହସ୍ପିଟାଲରେ ରହିଛି ମାତ୍ର ୧୮ହଜାର ବେଡ୍। ୩୦ ଜିଲ୍ଲା ପାଇଁ ମାତ୍ର ୫୧୨ଟି ଆମ୍ବୁଲାନ ରହିଛି। ଭିତ୍ତିଭୂମି ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଭିତ୍ତିତ୍ତିୂମି ଠିକ୍ କରିବାରେ ବିଫଳ ହୋଇଛନ୍ତି। କଂଗ୍ରେସ ସରକାରକୁ ଆସିଲେ ସ୍ୱାସ୍ଥ୍ୟସେବା ଉପରେ ହେଉଥିବା ବ୍ୟୟକୁ ୨ ଗୁଣ କରାଯିବ ଦଳ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/congress-12-2_1626760144.jpg)