Advertisment

ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ

author-image
Sarbeswar
ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

Congress-flag-l-pti-1

ଭୁବନେଶ୍ୱର: ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟର୍ଗେଟ୍ କରିଛି। ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସାଢ଼େ ୪ କୋଟି ଓଡ଼ିଆଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି। ଦେଶରେ ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଦାବି କରିଛି କଂଗ୍ରେସ। କୋୱିନ୍‌ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ। ସେଠାରେ କୋୱିନ୍‌ ଆପକୁ ବାଦ ଦେଇ ସମସ୍ତଙ୍କ ଟିକାକରଣ କରିବାକୁ ଦାବି ହୋଇଛି।

Advertisment

ରାଜ୍ୟକୁ ଟିକା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିପାରୁନାହାନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କହୁଛନ୍ତି, ଆମ ମୁଖ୍ୟମନ୍ତ୍ରୀ କହିପାରୁନାହାନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେପି। ଟିକାକରଣ ରାଜନୀତିରେ କେନ୍ଦ୍ର ସରକାରଙ୍କ ବିରେଧରେ ଏହା କଂଗ୍ରେସର ନିଷ୍ଫଳ ପ୍ରୟାସ। ଏ ପ୍ରୟାସରେ କଂଗ୍ରେସ କେବେ ବି ସଫଳ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି। ଅନ୍ୟପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ, ରାଜ୍ୟରେ ଏବେ ପଜିଟିଭିଟି ହାର କମୁଛି।  ଏବେ ରେଟ ୧୧.୫ ପ୍ରତିଶତ ରହିଛି। ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଅନୁମାନ କରାଯାଉଛି।  କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏପରି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ୩୯ ପ୍ରତିଶତ ସାଧାରଣ ବେଡ୍ ବ୍ୟବହାର କରାଯାଉଛି। ଭେଣ୍ଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ଅଛି। ୫ରୁ ୬ଟି ଜାଗାରେ ନୂଆ କରି ସିସିସି, ଡିସିଏସସି, ଡିସିଏସ୍ କରାଯାଇଛି। ଏକ୍ସପର୍ଟଙ୍କ ପୂର୍ବାନୁମାନ ଅନୁସାରେ ୩ୟ ଲହରରେ ଶିଶୁ ପ୍ରଭାବିତ ହେବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। କେନ୍ଦ୍ରକୁ ଚିଠି ଲେଖଛନ୍ତି।

ସେହିପରି ସାମ୍ବାଦିକଙ୍କୁ ଦ୍ୱିତୀୟ ଡୋଜ ଟିକା ନେଇ ଦ୍ୱନ୍ଦ୍ୱ ଦୂର କରିଛି ବିଏମସି।  ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଦିଆଯିବ ଦ୍ୱିତୀୟ ଡୋଜ ଟିକା। ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ୟୁନିଟ-୬ ବାଳିକା ବିଦ୍ୟାଳୟରେ ଖୁବଶୀଘ୍ର ଟିକାକରଣ ହେବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି।

ତେବେ ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସାଢ଼େ ୪ କୋଟି ଓଡ଼ଇାଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି । କୋ- ଓ୍ବିନ୍ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ । ସେଠାରେ  ସମସ୍ତଙ୍କ ଟିକାକରଣ କରିବାକୁ ଦାବି କରିଛି ଦଳ।

Advertisment
Advertisment