Advertisment

ସୁରଙ୍କ ଭଳି ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ବି କହିଲେ ମାଡ଼ିଚାଲ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ତାଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ୧୦ ବର୍ଷ ପରେ ତାଙ୍କର ଦୁଇ ଝିଅ ସହିତ ଓଡ଼ିଶାକୁ ଫେରିଛନ୍ତି। ଆସୁ ଆସୁ ତାଙ୍କୁ କଂଗ୍ରେସର ୧୩୪ ତମ ଦିବସରେ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ଆମେରିକାର ଗୋଟେ ବଡ଼ କମ୍ପାନୀର ଡାଇରେକ୍ଟର୍। ସେଠାରେ ତାଙ୍କ ପରିବାର ବେଶ୍‌ ଖୁସିରେ ରହୁନ୍ତି। କେବଳ ସିଦ୍ଧାର୍ଥ କାହିଁକି ସୁରଙ୍କ ସାନ ପୁଅ ଏୟାର ଇଣ୍ଡିଆରେ ଜଣେ […]

ସୁରଙ୍କ ଭଳି ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ବି କହିଲେ ମାଡ଼ିଚାଲ

dekhiba

Advertisment

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଟାଣୁଆ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ତାଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ୧୦ ବର୍ଷ ପରେ ତାଙ୍କର ଦୁଇ ଝିଅ ସହିତ ଓଡ଼ିଶାକୁ ଫେରିଛନ୍ତି। ଆସୁ ଆସୁ ତାଙ୍କୁ କଂଗ୍ରେସର ୧୩୪ ତମ ଦିବସରେ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା।

Advertisment

ସିଦ୍ଧାର୍ଥ ଆମେରିକାର ଗୋଟେ ବଡ଼ କମ୍ପାନୀର ଡାଇରେକ୍ଟର୍। ସେଠାରେ ତାଙ୍କ ପରିବାର ବେଶ୍‌ ଖୁସିରେ ରହୁନ୍ତି। କେବଳ ସିଦ୍ଧାର୍ଥ କାହିଁକି ସୁରଙ୍କ ସାନ ପୁଅ ଏୟାର ଇଣ୍ଡିଆରେ ଜଣେ କମାଣ୍ଡର। ଆଉ ଝିଅ ବି ଜଣେ ଉଚ୍ଚ ଶିକ୍ଷିତା।

publive-image

ତେବେ ଛୁଟିରେ ଓଡ଼ିଶା ଆସିଥିବା ସୁରଙ୍କ ପୁଅ କଂଗ୍ରେସ ପ୍ରତିଷ୍ଠା ଦିବସକୁ କାହିଁକି ଯାଇଥିଲେ। ଆଗକୁ ତାଙ୍କର ରାଜନୀତିରେ ଆସିବାକୁ ଅଛି କି ?

Advertisment

ତାଙ୍କୁ ଏ ବିଷୟରେ ପଚାରିବାରୁ ସିଦ୍ଧାର୍ଥ କହିଥିଲେ “ବାପା ପିଲାଦିନରୁ ରାଜନୀତିକୁ ଆସିବାକୁ ମନା କରୁଥିଲେ। କହୁଥିଲେ ମୁଁ ଏ ରାଜନୀତି ଦେଖିଛି। ତୁମେ ଏଠି ବହୁତ ହଇରାଣ ହେବେ, ତୁମେ ଆଗ ଭବିଷ୍ୟତ ଗଠନ କର। ରାଜନୀତି ପରେ ଦେଖିବା। ବାପାଙ୍କର ଗୋଟିଏ ଫୋକସ୍‌ ଥିଲା କି ‘ମୋ ପିଲାମାନେ ଅନ୍ୟମାନଙ୍କଠାରୁ ଭିନ୍ନ ହେବେ’। ସେବେ ବାପା ମନା କରୁଥିଲେ, କିନ୍ତୁ ଏବେ ଯଦି କହିବେ ତେବେ ଆମେ ନିଶ୍ଚେ ରାଜନୀତିକୁ ଆସିବୁ।”

ତାଙ୍କ ପରିବାର ଓ ସମ୍ପର୍କୀୟମାନେ ରାଜନୀତିର ଆଗଧାଡ଼ିରେ ଥିବାରୁ ରାଜନୀତି ବିଷୟରେ ଆମେ ତାଙ୍କର ବିଚାରଧାରା ପଚାରି ବୁଝିଥିଲୁ। ସେ କହିଥିଲେ “ ଦୁନିଆ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ଆଡ଼କୁ ଯାଉଛି। ଆମେ ଯାଉଛୁ ମନ୍ଦିର ତିଆରି କରିବାକୁ। ମନ୍ଦିର ତିଆରି କଲେ ଚାକିରି ମିଳିବ ? ଆମେ ଧର୍ମ ଆଡ଼କୁ ଚାଲୁଛୁ ଲୋକ ସିଆଡ଼େ ମେସିନ୍‌ ଲର୍ଣ୍ଣିଂ ଆଡ଼କୁ ଗଲାଣି। ଏଇଠି କିଛି ହେଉନି। ଲୋକେ ସୋଶାଲ୍‌ ମିଡିଆରେ ଫସି ବାସ୍ତବ କଥା ଜାଣିପାରୁ ନାହାଁନ୍ତି। ତେଣୁ ବାପା ଯଦି କହିବ ଓଡ଼ିଶାକୁ କିଛି ବଦଳାଇବାକୁ ଆଉ ରାଜନୀତିକୁ ଆସିବାକୁ ଅଛି ତେବେ ନିଶ୍ଚେ ଆସିବୁ।”

Advertisment

ବାପାଙ୍କର କେଉଁ ଡାଇଲଗ୍ ଭଲ ଲାଗେ ବୋଲି ପଚାରିବାରୁ ସିଦ୍ଧାର୍ଥ କହିଥିଲେ ‘ମାଡ଼ି ଚାଲ।’ ସମସ୍ତେ ଜୋସ୍‌ରେ ମାଡ଼ି ଚାଲ ବୋଲି କହିଥିଲେ ସିଦ୍ଧାର୍ଥ।

ତେବେ ରାଜନୀତିକୁ ଆସିବାକୁ ସୁର ରାଉତରାୟଙ୍କ ପରିବାର ଗୋଡ଼ କାଢ଼ି ବସିଛନ୍ତି। ଖାଲି ସୁର ଭାଇଙ୍କ ନିର୍ଦ୍ଦେଶକୁ ଅପେକ୍ଷା। ତେବେ କଣ ନିର୍ଦ୍ଦେଶ ଦେବେ ସୁର ଭାଇ ଏହା ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ