Advertisment

ଅନ୍ୟ ରାଜ୍ୟରେ ଫାଇନ କମିଛି, ଓଡ଼ିଶାରେ ବି କମାଇବାକୁ ଦାବି କଲେ ସୁର ରାଉତରାୟ

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହୋଇଛି। କିନ୍ତୁ ଏହି ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ ଅଭିଯୋଗ କରି କହିଛନ୍ତି ଯେ ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି। ଏବେ ମାଟ୍ରିକ ପରୀକ୍ଷା ଚାଲୁଛି ଆଉ କିଏ ହସ୍ପିଟାଲ ଯାଉଛି। କିନ୍ତୁ ଟ୍ରାଫିକ […]

undefined

sura rout

Advertisment

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହୋଇଛି। କିନ୍ତୁ ଏହି ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ ଅଭିଯୋଗ କରି କହିଛନ୍ତି ଯେ ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି। ଏବେ ମାଟ୍ରିକ ପରୀକ୍ଷା ଚାଲୁଛି ଆଉ କିଏ ହସ୍ପିଟାଲ ଯାଉଛି। କିନ୍ତୁ ଟ୍ରାଫିକ ନିୟମ ଆଳରେ ମାଆ ଭଉଣୀଙ୍କୁ ଖରାପ ବ୍ୟବହାର କରାଯାଉଛି। ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଥିବା ଅଭିଯୋଗ କରିଛନ୍ତି ସୁର ରାଉତରାୟ।

Advertisment

ଏଥିସହିତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ମନ୍ତ୍ରୀ, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବନ୍ଦ କରିବାକୁ ଦାବି କରିଛନ୍ତି ସୁର ରାଉତରାୟ। ନହେଲେ ରାଜ୍ୟବ୍ୟାପୀ ଆରଟିଓ ଅଫିସ, କମିଶନରେଟ ପୋଲିସ ଅଫିସ ଓ କେନ୍ଦ୍ର ସରକାରଙ୍କ ଅଫିସ ମଧ୍ୟ ଘେରାଉ କରିବାକୁ ସେ ଧମକ ମଧ୍ୟ ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫାଇନ ହ୍ରାସ କରାଯାଇଥିବାରୁ ଓଡ଼ିଶାରେ ମଧ୍ୟ ତାକୁ ଅନୁସରଣ କରାଯାଉ ବୋଲି ସୁର କହିଛନ୍ତି। ତାହାସହିତ ନିୟମ ମାନିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଅପରପକ୍ଷରେ ବିଜେଡି-ବିଜେପି ସଂପର୍କକୁ ନେଇ କଟାକ୍ଷ କରିଛନ୍ତି ସୁର ରାଉତରାୟ। ସେ କହିଛନ୍ତି, ଶାହା-ନବୀନ କୋଳାକୋଳି ହୁଅନ୍ତୁ, କେହି କାହା ବିରୋଧରେ ନ କୁହନ୍ତୁ ପଛକେ ଲୋକଙ୍କୁ ହଇରାଣ ନ କରନ୍ତୁ।

ସୁରଙ୍କ ଅଭିଯୋଗ ଉପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସରକାରୀ କର୍ମଚାରୀଙ୍କ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଭଦ୍ର ବ୍ୟବହାର ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଲୋକଙ୍କ ଧନଜୀବନ ରକ୍ଷା ସରକାରଙ୍କ ଦାୟିତ୍ୱ। ସମସ୍ତେ ନିୟମ ମାନିବା ଦରକାର। ନୂଆ ଆଇନ ଲାଗିବା ପରେ ଦୁର୍ଘଟଣା ୫୦ ପ୍ରତିଶତ କମିଛି ବୋଲି ପଦ୍ମନାଭ ବେହେରା କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ