/odishatv-khabar/media/post_attachments/uploadimage/library/16_9/16_9_0/tara_1620036908.jpg)
tara
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସମସ୍ତ ଏକଜିଟ୍ ପୋଲ୍ ଭୁଲ୍ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରଚାର ମଙ୍ଗ ଧରିଥିଲେ ବି ମମତା ଲ୍ୟାଣ୍ଡ ସ୍ଲାଇଡ୍ ଭ୍ରିି ହାସଲ କରିଛନ୍ତି। ଏଣୁ ଆଞ୍ଚଳିକ ଦଳଗୁଡ଼ିକର ସାରା ଦେଶରେ ପ୍ରଭାବ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି। ଦୀର୍ଘ ସମୟ ଧରିି ନିର୍ବାଚନ, ମୋଦି ଏବଂ ଶାହଙ୍କ ରଣନୀତି ସତ୍ତ୍ୱେ ମମତାଙ୍କ ବିଜୟ ଗୋଟିଏ ଉଦାହରଣ ବୋଲି ସେ କହିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ନବୀନଙ୍କ ଉପରେ ଲୋକଙ୍କ ଆସ୍ଥା ରହିଥିବା ସେ କହିଛନ୍ତି।
ପଶ୍ଚିମବଙ୍ଗରେ ପରାଜୟ ବିଜେପିର ଅହଂକାର ଭାଙ୍ଗିଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସେପଟେ ପଶ୍ଚିମବଙ୍ଗ ନିର୍ବାଚନ ନେଇ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଦଳ ଯାହା ଆଶା କରିଥିଲା ତାହା ହୋଇନଥିଲେ ବି ବେଶ୍ ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ ବିଜେପିର ଭୋଟ୍ ସେୟାର ଓ ଆସନ ସଂଖ୍ୟା ଯଥେଷ୍ଟ ବଢ଼ିଥିବା ସେ କହିଛନ୍ତି।
ତେବେ ବିଜେପିର ବଙ୍ଗ ଅଭିଯାନ ଫେଲ। ବିକାଶକୁ ମାତ୍ ଦେଲା ଖେଲା ହବେ। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ମହାବିଜୟ ହୋଇଛି। କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ମମତା। କଳ୍ପନା ଜଳ୍ପନାର ପରିସମାପ୍ତି ହେଲା ସ୍ପଷ୍ଟ ରାୟ ଦେଇଛନ୍ତି ପଶ୍ଚିମବଙ୍ଗବାସୀ। ବିପୁଳ ବହୁମତ ସହ ଦିଦିଙ୍କୁ ପିନ୍ଧାଇଛନ୍ତି ବିଜୟ ମୁକୁଟ। ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣାର ଢେର ଆଗରୁ ରାଜ୍ୟରେ ସକ୍ରିୟ ହୋଇଥିଲା ବିଜେପି। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ମାଳ ମାଳ କେନ୍ଦ୍ରୀୟ ନେତା ମନ୍ତ୍ରୀ ପଶ୍ଚିମବଙ୍ଗରେ ପହଞ୍ଚି ଦଳ ପାଇଁ ପ୍ରଚାର କରିଥିଲେ।
୨ଶହ ଆସନ ଜିତିବା ଲକ୍ଷ୍ୟ ନେଇ ପୁରା ଦମରେ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ୧୦ ବର୍ଷର ଟିଏମସି ସରକାର ବିରୋଧୀ ହାଓ୍ୱାରୁ ଫାଇଦା ନେବାକୁ ଭରପୁର ଉଦ୍ୟମ ବି କରିଥିଲା। ତା ସହିତ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ଆଗ ଧାଡିର ଟିଏମସି ନେତା ପଦ୍ମ ଶିବିରରେ ସାମିଲ ହେବା ପରେ ବିଜୟ ସମ୍ଭାବନାକୁ ନେଇ ଆଶା ବାନ୍ଧିଥିଲା ବିଜେପି। ମାତ୍ର ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ରଣନୀତି ଆଧାରରେ ବାଙ୍ଗଲା ଆପନାର ମେଁ କି ଚାଇ ଓ ଖେଲା ହୋବେ ସ୍ଲୋଗାନ ଦେଇ ଭୋଟରଙ୍କୁ ପାଖକୁ ଯାଇଥିଲେ ଦିଦି। ବିଜେପି ଡବଲ୍ ଇଜିଂନ ସରକାର ଓ ବିକାଶ ହବେ ନାରା ଦେଇ ଏହାର ମୁକାବିଲା କରିଥିଲେ ବି ଦିଦିଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ବେଙ୍ଗଲବାସୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)