ratha yatra
ଭୁବନେଶ୍ୱର : ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ କଡ଼ା ଭାଷାରେ ନିନ୍ଦା କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଶ୍ରୀ ଜଗନ୍ନାଥଙ୍କୁ ନେଇ କାହିଁକି ଏପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଯିଏ କରିଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।
ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଯତ୍ନବାନ ହେବା ଦରକାର ବୋଲି ସୁର କହିଛନ୍ତି। ସେହିଭଳି ଏହି ଘଟଣାକୁ ନେଇ ବିଜେପି ମଧ୍ୟ ତ୍ରୀବ ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ଘଟଣା ଯେଉଁଠି ହେଉଛି ଓ ଯେଉଁମାନେ ଏପରି କରୁଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଅପରପକ୍ଷେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ।
ଏଭଳି କରିବା ଆଦୌ ଉଚିତ୍ ନୁହେଁ । ଏହା କେବଳ ଦୁର୍ଭାଗ୍ୟଜନକ ଘଟଣା ନୁହେଁ, ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। ତେଣୁ ଇସ୍କନ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ଦରକାର ବୋଲି ସେ କହିଛନ୍ତି । ଗତକାଲି ମୁମ୍ବାଇରେ ଅଦିନିଆ ଶ୍ରୀଜଗନ୍ନାଥଙ୍କ ରଥ ଆୟୋଜନ କରିଥିଲା ଇସ୍କନ୍। ମୁମ୍ବାଇର ଦାଦର ଅଞ୍ଚଳରେ ଏହି ରଥଯାତ୍ରାରେ ବହୁ ସଂଖ୍ୟାରେ ଇସ୍କନ ଅନୁଗାମୀ ଯୋଗ ଦେଇ ରଥ ଟାଣିଥିଲେ। ଯାହାକୁ ନେଇ ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗନ୍ନାଥପ୍ରେମୀ ଓ ସେବାୟତ ଇସ୍କନର ରଥଯାତ୍ରା ଆୟୋଜନକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ratha-yatra_1626691167.jpg)