Advertisment

Tulasi Jatra Owner Nandu Babu: ଯାତ୍ରା ‘ତୁଳସୀ’ ମାଲିକଙ୍କ ପାୱାର ଫେଲ୍, ଫେରାଇଦେଲା କଂଗ୍ରେସ

ଇଏ ମଞ୍ଚ ବିନା ମହା ନାଟକ । ବିନା ମଞ୍ଚରେ… ବିନା କଳାକାରରେ… ରାଜ ରାସ୍ତାରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ନୂଆ ନାଟକ କରିଛନ୍ତି ଆଉ ଦେଖିଛି ସାରା ଓଡ଼ିଶା ।

Nandu-Dhala-Join-Congress

Nandu-Dhala-Join-Congress Photograph: (OTV)

Advertisment

ଇଏ ମଞ୍ଚ ବିନା ମହା ନାଟକ । ବହିର ନାଁ ‘ନାଣ୍ଡୁଙ୍କୁ କଂଗ୍ରେସ ମନା’ । ଯାତ୍ରା ‘ତୁଳସୀ’ ମାଲିକଙ୍କ ପାୱାର ଫେଲ୍ । ଅଧାରେ ରହିଗଲା କି ନାଣ୍ଡୁଙ୍କ ନେତା ସ୍ବପ୍ନ ? ରାତିରେ ସିନା ଯାତ୍ରା ହୁଏ, ଏଠି ଖୋଦ୍ ଯାତ୍ରା ମାଲିକ ଦିନରେ ଯାତ୍ରା କରିଛନ୍ତି । ବିନା ମଞ୍ଚରେ… ବିନା କଳାକାରରେ… ରାଜ ରାସ୍ତାରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ନୂଆ ନାଟକ କରିଛନ୍ତି ଆଉ ଦେଖିଛି ସାରା ଓଡ଼ିଶା । ଅନ୍ୟପଟେ ନିଜେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ନାଣ୍ଡୁ ଜଣେ କ୍ରିମିନାଲ । ଯଦିଓ ତାଙ୍କ ପାଇଁ ଆମ ଦଳର ଜଣେ ବିଧାୟକ କହିଥିଲେ ମୁଁ ତାକୁ ଅନୁଧ୍ୟାନ କରୁଛି । କିନ୍ତୁ ହଠାତ୍ କାହିଁକି ଆସି ଏମିତି କଲେ ତାହା ମୁଁ ଜାଣିନି । ଗାନ୍ଧିବାଦୀ ଦଳରେ ଏମିତି ଚାହିଁଲେ ମିଶନ୍ତିନି ।
ନାଣ୍ଡୁଙ୍କ ନାଁରେ ରହିଥିଲା ଗଦା ଗଦା ଅଭିଯୋଗ । ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ହୁଅନ୍ତୁ କି ଯାତ୍ରା ଅଭିନେତ୍ରୀ ମନୋରମା ଦାସ ଓରଫ ପୂଜା । ଉଭୟ ନାଣ୍ଡୁଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିସାରିଛନ୍ତି । ଥାନାକୁ ବି ମାମଲା ଯାଇଛି । କିନ୍ତୁ ଏବେ ନାଣ୍ଡୁଙ୍କୁ ଘାରିଛି ନେତା ହେବାର ସ୍ବପ୍ନ । ବୁଧବାର ଅପରାହ୍ନ ସାଢେ ୧୨ଟା ବେଳେ କଂଗ୍ରେସ ଭବନ ଆଗରେ ଭିଡ଼ ଜମିଥିଲା । ହେଲେ କଂଗ୍ରେସ ଭବନରେ ତାଲା ପକାଇଦେଇଥିଲେ କର୍ମୀ । ମହାମିଶ୍ରଣ ପାଇଁ ସଜବାଜ ହୋଇ ବାଜା ବଜାଇ ଆସିଥିବା ନାଣ୍ଡୁ ବାବୁ ଶେଷରେ ଶିଶୁପାଳ ହୋଇ ଫେରିଥିଲେ । ଆଉ ଫେରିବା ବେଳେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଇଥିଲେ । କହିଥିଲେ, ତମେ ସବୁଦିନ ପିସିସି ସଭାପତି ନଥିବ । 
ମିଳିନଥିଲା ଅନୁମତି, ପିସିସି ସଭାପତି ବି ଦେଇନଥିଲେ ସମର୍ଥନ । ହେଲେ ନାଣ୍ଡୁ ବାବୁ କିଭଳି ହଜାର ହଜାର ସମର୍ଥକୁ ନେଇ କଂଗ୍ରେସ ଭବନକୁ ଆସିଲେ ? ଆଉ କାହା ଅନୁମତି ନେଇ ତୁଲସୀ ଯାତ୍ରା ମାଲିକଙ୍କ ଏ ଡ୍ରାମା ତାକୁ ନେଇ ଏବେ ଛିଡ଼ା ହୋଇଛି ଅନେକ ପ୍ରଶ୍ନ ।

Advertisment

ଅଧିକ ଦେଖନ୍ତୁ:

Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ