/odishatv-khabar/media/post_attachments/uploadimage/library/16_9/16_9_0/tara_1625046979.jpg)
tara
ନୟାଗଡ : ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । କୁନିଝିଅ ପରୀ ହତ୍ୟା ଘଟଣାର ଅନୁଧ୍ୟାନ ଓ ତାର ବାପାମାଆଙ୍କ ସହ ଆଲେ।ଚନା ଲାଗି କଂଗ୍ରେସର ଏକ ଟିମ ଯଦୁପୁରରେ ପହଂଚିଥିବା ଜଣାଯାଇଛି । ଓଡିଶା ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ନେତାମାନେ ପରୀର ଗାଁରେ ପହଂଚି ତା’ ବାପା ଓ ମାଆଙ୍କ ସହ ଆଲେ।ଚନା କରିବାର କାର୍ଯ୍ୟକ୍ରମ ରହିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ନରସିଂହ ମିଶ୍ର, ତାରା ବାହୀନିପତି, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଜୟଦେବା ଜେନା, ଭକ୍ତ ଦାସ ଏବଂ ପ୍ରଦୀପ ମାଝୀ ପ୍ରମୁଖ ଏହି ଟିମରେ ସାମିଲ ହୋଇଛନ୍ତି । କେବଳ କଂଗ୍ରେସ ନୁହେଁ ବରଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପି ନେତାଙ୍କ ପ୍ରତିନିଧି ଦଳ ମଧ୍ୟ ଯଦୁପୁର ଗସ୍ତ କରିଛି । ଭୁବନେଶ୍ୱରରୁ ବାହାରିଥିବା ବିଜେପି ଟିମରେ ନୟାଗଡ଼ ଯଦୁପୁରରେ ପହଞ୍ଚିଛି ।
କୁନିଝିଅ ପରୀକୁ କିଏ, କାହିଁକି ହତ୍ୟା କଲା, ସେନେଇ ଅନୁଧ୍ୟାନ କରିବ ବିଜେପିର ପ୍ରତିନିଧି ଦଳ । ଏହାଛଡ଼ା ଯେଉଁ ସ୍ଥାନରୁ ପରୀର ମୃତଦେହ ମିଳିଥିଲା, ସେହି ସ୍ଥାନକୁ ଯାଇ ଅନୁଧ୍ୟାନ କରିବେ ଏହାସହ ପରୀର ବାପାମାଆଙ୍କୁ ମଧ୍ୟ ଭେଟି ଆଲେ।ଚନା କରିବାର ରହିଛି କାର୍ଯ୍ୟକ୍ରମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)