Advertisment

ସୁକିନ୍ଦା ଅଂଚଳରୁ ବିରଳ ସାପ ଉଦ୍ଧାର

ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ଅଧିନସ୍ଥ ଢୋଲପଥର ଗ୍ରାମର କବିର ବାଦରଙ୍କ ଘର  ମଧ୍ୟରୁ ଏକ ୫ ଫୁଟ ଲମ୍ବ ବିରଳ ପ୍ରଜାତିର ସୁନ୍ଦରୀ ସାପ ଧରାଯାଇଛି।

author-image
Sarbeswar
ସୁକିନ୍ଦା ଅଂଚଳରୁ ବିରଳ ସାପ ଉଦ୍ଧାର

Sanak

ଯାଜପୁର(ଅଭୟ ପତି):  ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ଅଧିନସ୍ଥ ଢୋଲପଥର ଗ୍ରାମର କବିର ବାଦରଙ୍କ ଘର  ମଧ୍ୟରୁ ଏକ ୫ ଫୁଟ ଲମ୍ବ ବିରଳ ପ୍ରଜାତିର ସୁନ୍ଦରୀ ସାପ ଧରାଯାଇଛି। ସ୍ନେକ ହେଲ୍ପଲାଇନର ସଦସ୍ୟ ସୌମ୍ୟାଜିତ ବେହୁରା ଘଟଣାସ୍ଥଳରେ ପହଞ୍ଚି ଏହି ବିରଳ ପ୍ରଜାତିର ସାପଟିକୁ ଉଦ୍ଧାର କରି ସୁକିନ୍ଦା ବନ ବିଭାଗ ସହଯୋଗରେ ନିକଟସ୍ଥ ମହାଗିରି ଜଙ୍ଗଲରେ ଛାଡି ଦେଇଥିବା ବେଳେ ଏହି ସାପ ବିଷଧର ନୁହନ୍ତି ବୋଲି ଜଣାପଡ଼ିଛି। ଏବଂ ଏହି ସୁନ୍ଦରୀ ସାପ ପ୍ରଥମଥର ପାଇଁ ସୁକିନ୍ଦା ଅଞ୍ଚଳରେ ଧରା ଯାଇଥିବା ସେ ସୁଚନା ଦେଇଛନ୍ତି।

Advertisment

ତେବେ ସୁକିନ୍ଦାରେ ଅନେକଥର ଏପରି ଭାବରେ ସାପ ଧରାପଡ଼ିଛନ୍ତି। କୁହାଯାଉଛି, ବନାଚଂଳ ଘେରା ଅଂଚଳ ହୋଇଥିବାରୁ ଏଠାରେ ଅନେକ ପ୍ରକାରର ବିଷଧର ସାପ ଦେଖିବାକୁ ମିଳେ। କିନ୍ତୁ ଏହି ସାପ ବିଷଧର ନଥିବା ଜଣାଯାଇଛି। ମୋଟ୍‌ ଉପରେ କହିବାକୁ ଗଲେ, ସାପକୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ବେଶ୍‌ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା।

Advertisment
Advertisment