bjd
ଭୁବନେଶ୍ୱର: ବିନା ହେଲମେଟ୍ରେ ବାଇକ୍ ଶୋଭାଯାତ୍ରା କରିବା ବିଜେଡି କର୍ମୀଙ୍କୁ ମହଙ୍ଗା ପଡ଼ିପାରେ। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ୍ କହିଛି। ଭୁବନେଶ୍ୱରରେ ଶାସକ ଦଳର ବାଇକ୍ ରାଲି ବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଘଟଣା ସାମ୍ନାକୁ ଆସିଛି। ଯାହାର ତଦନ୍ତ ସହ ସିସିଟିଭି ଯାଞ୍ଚ କରାଯାଉଥିବା ଟୁଇଟ୍ କରିଛି କମିଶନରେଟ୍ ପୁଲିସ। ତେବେ କୌଣସି ଦଳର ନାଁ ନନେଇ ଟ୍ୱିଟ୍ କରିଛି କମିଶନରେଟ ପୁଲିସ୍।
ସାରା ଭାରତରେ ରାଜନୈତିକ ରାଲିଗୁଡ଼ିକରେ ଏପରି ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଭବିଷ୍ୟତରେ ଏଭଳି ଘଟଣାକୁ ସାମ୍ନା କରିବାକୁ ଉପାୟ କାଢୁଛି ବୋଲି ଟ୍ୱିଟ୍ରେ କମିଶନରେଟ୍ ପୋଲିସ୍ ଦର୍ଶାଇଛି। ଗତ ୨୬ ତାରିଖ ଦିନ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍ରେ ବାଇକ ରାଲି କରିଥିଲେ। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ହେଲେ ଏହାକୁ ଖାତିର ନକରି ବିଜେଡି କର୍ମୀଙ୍କ ଏଭଳି ରାଲିକୁ ନେଇ ଏବେ ବିଭିନ୍ନ ମହଲରୁ ଆପତ୍ତି ଉଠିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjd_1627040389.jpg)